Home ଜିଲ୍ଲା ପରିକ୍ରମା ଭଦ୍ରକରୁ ମେମୁ ଟ୍ରେନ୍ ଚାଲିବା ଦାବିରେ ଧାରଣା

ଭଦ୍ରକରୁ ମେମୁ ଟ୍ରେନ୍ ଚାଲିବା ଦାବିରେ ଧାରଣା

50

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୭ ମସିହାରୁ ଭଦ୍ରକରୁ ଚାଲୁଥିବା ଡିଏମ୍‌ୟୁ ଟ୍ରେନ୍‌ଟି ପରବର୍ତ୍ତୀ ପର୍ଯ୍ୟାୟରେ ମେମୁ ଟ୍ରେନ୍ ହୋଇଥିଲା। ଗତ ଜାନୁଆୟୀ ମାସ ୬ ତାରିଖରେ ଟ୍ରେନ୍‌ଟିକୁ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯିବାରୁ ଭଦ୍ରକବାସୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ପୂର୍ବତନ ବିଧାୟକ ନରେନ ପଲେଇ ଭଦ୍ରକରୁ ଏକ ନୂଆ ମେମୁ ଟ୍ରେନ୍ ଚଲାଇବା ପାଇଁ ପ୍ରତିମାସ ରଖିଆସୁଥିବା ଦାବି ଆଜକୁ ୭ ମାସରେ ପହଞ୍ôଚଛି। ପ୍ରତିମାସ ପରି ଆଜି ସକାଳ ୬ ଘଟିକା ସମୟରେ ଶତାଧିକ ସହଯୋଗୀଙ୍କ ସହ ଭଦ୍ରକ ରେଳଷ୍ଟେସନରେ ୧ ଘଣ୍ଟା ଧାରଣା ଦିଆଯାଇଥିଲା। ଦିଲ୍ଲୀ ଚିଫ୍ ଏକ୍‌ଜିକୁଟିଭି୍‌ଙ୍କୁ ପ୍ରେରିତ ହୋଇଥିବା ପତ୍ର ଆଜକୁ ପାଖାପାଖି ଦୁଇମାସ ଅତିକ୍ରାନ୍ତ ହୋଇଥିଲେ ହେଁ ଆମ୍ଭମାନଙ୍କୁ କୌଣସି ଉତ୍ତର ମିଳିନାହିଁ। ଏହି ପରିପ୍ରେକ୍ଷୀରେ ଶ୍ରୀ ପଲେଇ କ୍ଷୋଭ ପ୍ରକାଶ କରି ଯେପର୍ଯ୍ୟନ୍ତ ଭଦ୍ରକ ଷ୍ଟେସନରୁ ମେମୁ ଟ୍ରେନ୍ ଗଡିନାହିଁ, ସେପର୍ଯ୍ୟନ୍ତ ଗାନ୍ଧି ବିଚାରାଧାରାରେ ଆମମାନଙ୍କର ଦାବି ଚାଲୁରହିବ। ଏବଂ ପ୍ରତ୍ୟେକ ମାସ ୬ ତାରିଖରେ ଏହିପରି ଧାରଣା ଜାରି ରହିବ ବୋଲି କହିଥିଲେ। ଏହି ଧାରଣାରେ ବିଭୂତି ସାହୁ, ଅରୁଣ ମଜୁମଦାର, ଅବଦୁଲ ସଲାମ, ଭାସ୍କର ଚୌଧୁରୀ, ଗୁଡୁ ଖାଁ, ମନୋଜ ପଣ୍ଡା, ପ୍ରଶାନ୍ତ ନାଥ, ସୁଶାନ୍ତ ଘଡେଇ, ଅନନ୍ତ ମହାପାତ୍ର, କାଦିର ଖାଁ, ଲକ୍ଷ୍ମୀଧର ରାଉତ, ଲିପୁନ ରାଉତ, ରାଜୀବ ଘୋଷ, ଗୋକୁଳ ପାଣ୍ଡିଆ, ଗଗନ ରାଉଳ, ଅଜୟ ମିଶ୍ର, ଅଶୋକ ଦତ୍ତ, , ବବୁଲ ଖାଁ, ସୁଶାନ୍ତ ସାମଲ, ସୁନାକର ଦାସ, ତପନ ନାୟକ, ମାଧବାନନ୍ଦ ସାହୁ, କ୍ଷେତ୍ରବାସୀ ନାୟକ, କାଲୁ ଦାଦା, ଲଲାଟ ନନ୍ଦ, ଦେବଦତ୍ତ ରାଉତରାଏ, ମନୋଜ ଯତି, କଲ୍ଲୋଲ କୁମାର ଲେଙ୍କା, ଚନ୍ଦ୍ରଭାନୁ ପଲେଇ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.