Home ଜିଲ୍ଲା ପରିକ୍ରମା ଧାମରାରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବତୀ, ଧାରଣାରେ ବସିଲେ ଅଂଚଳବାସୀ, ଧାମରା-ବାସୁଦେବପୁର-ଜାମୁଝାଡି ରାସ୍ତା ଏବଂ ଧାମରା-ଭଦ୍ରକ...

ଧାମରାରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବତୀ, ଧାରଣାରେ ବସିଲେ ଅଂଚଳବାସୀ, ଧାମରା-ବାସୁଦେବପୁର-ଜାମୁଝାଡି ରାସ୍ତା ଏବଂ ଧାମରା-ଭଦ୍ରକ ରେଳପଥରେ ରେଳଚଳାଚଳ ବନ୍ଦ

43

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ସଡକ ଦୁର୍ଘଟଣାରେ ଧାମରା ଅଂଚଳର ଜଣେ ଯୁବତୀ ପ୍ରାଣ ହରାଇଥିବା ଜଣାଯାଇଛି। ଘରେ ଏକ ମାତ୍ର ରୋଜଗାରକ୍ଷମ ଯୁବତୀ ସିଲେଇ ଶିକ୍ଷା ଦେବାକୁ ଯାଇ ନିଜ ଘରକୁ ଫେରୁଥିବା ବେଳେ ଏକ ହାଇଓା ଚାଳକଙ୍କ ବେପରୁଆ ଗାଡି ଚାଳଣାରେ ସଂପୃକ୍ତ ଯୁବତୀ ପ୍ରାଣ ହରାଇଥିଲେ। ପ୍ରାପ୍ତ ଘଟଣାରୁ ଜଣାଯାଇଛିଓରାମାଳ ଗ୍ରାମର ଅଶୋକ ମଣ୍ଡଳଙ୍କ ଝିଅ ରାଧିକା ମଣ୍ଡଳ(୧୮) ଏକ ସିଲେଇ ଶିକ୍ଷା କେନ୍ଦ୍ରରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇ ସଂପୃକ୍ତ ହାଇଓା ଚାଳକ ଦ୍ରୁତ ଗତିରେ ଧାମରା ଥାନାରେ ନିଜ ହାଇଓାକୁ ରଖି ଥାନାର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟ ପକ୍ଷରେ ସଂପୃକ୍ତା ଯୁବତୀଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଧାମରା ସ୍ୱାସ୍ତ୍ୟକେନ୍ଦ୍ର ଏବଂ ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଉଥିବା ବେଳେ ବାଟରେ ସଂପୃକ୍ତା ଯୁବତୀ ପ୍ରାଣତ୍ୟାଗ କରିଥିଲେ। ଏହି ଖବର ପାଇବା ପରେ ସ୍ଥାନୀୟ ଅଂଚଳବାସୀ ଆସି ଡିଆଇ ରୋଡ ଠାରେ ଧାମରା-ଜାମୁଝାଡି-ବାସୁଦେବପୁର ରାସ୍ତାକୁ ଅବରୋଧ କରିବା ସହ ଧାମରା-ଭଦ୍ରକ ରେଳପଥରେ ରେଳ ଚଳାଚଳକୁ ବନ୍ଦ କରିଦେଇ ମୃତ ଯୁବତୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଏହି ଧାରଣା ଅପରାହ୍ଣ ୧୨ଟାରୁ ୪.୩୦ ପର୍ଯ୍ୟନ୍ତ ହୋଇଥିବା ବେଳେ ପୁଲିସ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିଲା।

ପରେ ଧାମରା ଥାନାର ଭାରପ୍ରାପ୍ତ ଅଧିକାରୀ ଆସି ସଂପୃକ୍ତା ମୃତା ଯୁବତୀ ପାଇଁ ନ୍ୟାୟଭିକ୍ଷା କରୁଥିବା ସାଧାରଣ ଜନତାଙ୍କୁ ନାଲି ଆଖି ଦେଖାଇ ବା ସହ ତୁମେ ରାସ୍ତାରୋକ କଲେ ମୁଁ ତୁମ ନାମରେ କେସ କରିବି ବୋଲି ଧମକ ଦେଇଥିଲେ ଏବଂ ସେଠାରେ ଥିବା ସାମ୍ବାଦିକ ମାନଙ୍କୁ ତୁମେ ମାନେ କାହିଁକି ଏଠାକୁ ଆସି ଏହି ଘଟଣାରେ ସାମିଲ ହେଉଛ ବୋଲି ମଧ୍ୟ ଧମକ ଦେଇଥିଲେ। ପରେ ନ୍ୟାୟ ପାଇବା ଆଶାରେ ବସିଥିବା ସାଧାରଣ ଜନତା ପୁଲିସ ବାବୁଙ୍କ ନାଲିଆଖି ଡରରେ ଘଟଣା ସ୍ଥଳରୁ ପଳାଇଯାଇଥିଲେ। ଅନ୍ୟ ପକ୍ଷରେ ଏହି କଥାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆଗାମୀ ଦିନରେ ସେମାନେ ଏହି କଥାକୁ ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। କେଉଁ ପରିସ୍ଥିତିରେ ଥାନାଧିକାରୀଙ୍କ ଏତାଦୃଶ ନାଲିଆଖି ସାଧାରଣ ଜନତାଙ୍କୁ ଦେଖାଇ ଧାମରା ବନ୍ଦର କର୍ତୁପକ୍ଷଙ୍କ ଇଙ୍ଗିତରେ ଉଠବସ ହେଉଛନ୍ତି ତାହା ଚର୍ଚାର ବିଷୟ ପାଲଟିଛି। ସଂପୃକ୍ତ ଥାନାଧିକାରୀ ଧାମରା ଥାନାରେ ସରକାରଙ୍କ ନିୟମାନୁଯାୟୀ ୩ବର୍ଷ ପୂରଣ କରିବା ପରେ କାହିଁକି ବଦଳି ହେଉନାହାନ୍ତି ତାହା ମଧ୍ୟ ସେଠାରେ ଚର୍ଚା ଚାଲିଥିଲା। ତୁରନ୍ତ ଏହି କଥାରେ ଜାତୀୟମାନବାଧିକାର ଆୟୋଗ ଦୃଷ୍ଟିଦେବା ସହ ତୁରନ୍ତ ଧାମରା ଥାନାଧିକାରୀଙ୍କୁ ବଦଳି କରିବା ସହ ସପୃକ୍ତ ମୃତ ଯୁବତୀଙ୍କୁ ନ୍ୟାୟ ଦେବାକୁ ସର୍ବସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.