Home ଜିଲ୍ଲା ପରିକ୍ରମା ଆଇନ୍‌ଜୀବୀ ତୁଷାର ମହାନ୍ତିଙ୍କ ପରଲୋକ

ଆଇନ୍‌ଜୀବୀ ତୁଷାର ମହାନ୍ତିଙ୍କ ପରଲୋକ

47

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୁଷାର ମହାନ୍ତି ଭଦ୍ରକର ଜଣେ ବରିଷ୍ଠ ଅଧିବକ୍ତା ତଥା ଗାନ୍ଧିବାଦୀ ଚିନ୍ତା ସଂପୂର୍ଣ୍ଣ ମଣିଷ ଥିଲେ। ବରିଷ୍ଠ ଆଇନ୍‌ଜୀବୀ ସ୍ୱର୍ଗତଃ ରାଖାଲ ଦାସଙ୍କ କନିଷ୍ଠ ଅଧିବକ୍ତା ତଥା ତ୍ୟାଗଭୂମି ସାଂସ୍କୃତିକ ସମ୍ମିଳନୀର ତଦାନ୍ତିନ ସଂପାଦକ ତୁଷାରକାନ୍ତି ମହାନ୍ତିଙ୍କର ହୃଦଘାତରେ ପରଲୋକ ହୋଇଛି। ତାଙ୍କ ବଙ୍କସାହିସ୍ଥିତ ବାସଭବନରେ ସେ ରାତିରେ ଶୋଇଥିବା ବେଳେ ମଧ୍ୟରାତ୍ରି ସମୟରେ ଅଣନିଶ୍ୱାସୀ ଅନୁଭବ କରିଥିଲେ। ତା ପରେ ପଡୋଶୀମାନେ ତାଙ୍କୁ ୧୦୮ ଯୋଗେ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ସାରା ସହରବାସୀ ମର୍ମାହତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.