Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଚିହ୍ନଟ ହେଲେ ୮୯ କରୋନା ଆକ୍ରାନ୍ତ

ଭଦ୍ରକରୁ ଚିହ୍ନଟ ହେଲେ ୮୯ କରୋନା ଆକ୍ରାନ୍ତ

23

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୫ହଜାର ୯୦୯ । ସେମାନଙ୍କ ମଧ୍ୟରୁ ୧୩ ହଜାର ୩୭୧ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୫୦୫ଜଣ । ନୂଆ ଚିହ୍ନଟ ଆକ୍ରାନ୍ତମାନେ ଭଦ୍ରକ ପୌରପାଳିକାର ଚରମ୍ପାରୁ ୨ଜଣ, ସାନସରକାରନଗରରୁ ଜଣେ, ନୂଆବଜାରରୁ ୩ଜଣ, ବଙ୍କସାହିରୁ ଜଣେ, ହଜାରିନଗରରୁ ଜଣେ, କୁଆଁସରୁ ଜଣେ, ବାଇପାସ୍‌ରୁ ଜଣଙ୍କୁ ନେଇ ମୋଟ ୧୧ଜଣ, ବନ୍ତ ବ୍ଳକର ଗଣିଜାଙ୍ଗରୁ ଜଣେ, ପୁରୁଷଣ୍ଡରୁ ଜଣେ, ଆଡିଆରୁ ଜଣେ, ଶ୍ରୀରାମପୁରରୁ ଜଣେ, ତୋଡଙ୍ଗାରୁ ଜଣଙ୍କୁ ମିଶାଇ ୫ଜଣ, ବାସୁଦେବପୁର ବ୍ଳକର ଇରମରୁ ୨ଜଣ, ଚୁଡାମଣିରୁ ଜଣେ, ନନ୍ଦପାଟଣାରୁ ଜଣେ, କପାଗଡିଆରୁ ଜଣେ ଓ ବେତଡାରୁ ଜରଙ୍କୁ ମିଶାଇ ମୋଟ ୬ଜଣ, ଭଦ୍ରକ ବ୍ଲକର ଅର୍ଣ୍ଣପାଳ, ବଣିଆ, ବାଣିତିଆ, ବାଉଦପୁର, ଗୋହିରାଣୀ, ଚରମ୍ପା,ଲାଙ୍ଗୁଡି, ରାନ୍ଦିଆରୁ ଜଣେ ଲେଖାଏଁ ଏବଂ କେଦାରପୁରରୁ ୨ଜଣଙ୍କୁ ମିଶାଇ ମୋଟ ୧୦ଜଣ, ତିହିଡ଼ି ବ୍ଲକର ଦୋଳସାହି, ଦୌଲତପୁର, ସାହପୁରୁ ଜଣେ ଜଣେ ଓ କୁମରୋରୁ ୨ଜଣଙ୍କୁ ମିଶାଇ ୫ଜଣ, ଧାମନଗର ବ୍ଲକର ବମକୁରାରୁ ୩ଜଣ, ଦଳାଙ୍ଗରୁ ୨ଜଣ, ମୁସ୍ତାଫାପୁରରୁ ଜଣେ, ଫତେପୁରରୁ ୨ଜଣ,ପଛାଲୋରୁ ଜଣେ, କୋଠାରରୁ ୩ଜଣ, ଷୋଳଗାଁରୁ ୧୧ଜଣ, ଘଣ୍ଟିଣାରୁ ଜଣଙ୍କୁ ମିଶାଇ ୨୪ଜଣ ଏବଂ ଧାମନଗର ଏନ୍‌ଏସିର ୩ନଂ ୱାର୍ଡରୁ ଜଣେ, ୪ନଂ ୱାର୍ଡରୁ ୨ଜଣଙ୍କୁ ମିଶାଇ ୩ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ଗ୍ରାମରୁ ଜଣେ, କୋଟଶିରାରୁ ଜଣେ, ଜଳମଣ୍ଡୁଆରୁ ଜଣେ, ଡଗରପଡାରୁ ଜଣଙ୍କୁ ମିଶାଇ ମୋଟ ୪ଜଣ, ଅନ୍ୟ ଜିଲ୍ଲାରୁ ୭ଜଣ, ଭଦ୍ରକ ଜିଲ୍ଲାର ୧୪ଜଣ ବିଭିନ୍ନ ହସ୍‌ପିଟାଲରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.