Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଚିହ୍ନଟ ହେଲେ ୧୫୮ ନୂଆ କରୋନା ଆକ୍ରାନ୍ତ

ଭଦ୍ରକରୁ ଚିହ୍ନଟ ହେଲେ ୧୫୮ ନୂଆ କରୋନା ଆକ୍ରାନ୍ତ

55

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୫୬ ଲୋକାଲ କଣ୍ଟାକ୍ଟ । ଏହି ସମୟ ମଧ୍ୟରେ ୮୭ଜଣ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଜିଲ୍ଳାରୁ ମୋଟ ୩ଲକ୍ଷ ୫୪ ହଜାର ୯୩୦ଜଣଙ୍କ ନମୁନା ପରୀକ୍ଷା ସରିଛି । ସେମାନଙ୍କ ମଧ୍ୟରୁ ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ହୋଇଛନ୍ତି ୯ହଜାର ୭୭୬ଜଣ । ସୁସ୍ଥ ହୋଇ ସାରିଛନ୍ତି ୮ହଜାର ୪୩୯ଜଣ । ଏବେ ଆଉ ୧୩୦୮ଜଣ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତ ଭାବେ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର, କୋବିଡ଼ କେୟାର ସେଣ୍ଟର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ନୂତନ ଚିହ୍ନଟଙ୍କ ମଧ୍ୟରେ କଟକ ଏସସିବି ମେଡିକାଲରେ ୧୦ଜଣ, ଭୁବନେଶ୍ୱରର କିମ୍‌ସ ହସପିଟାଲରେ ୪ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ଭଦ୍ରକ ପୌରପାଳିକାର ଓ ୧୨ଜଣ ଭଦ୍ରକ ବ୍ଲକ ଅଞ୍ଚଳର ବୋଲି ଜଣା ପଡ଼ିଛି । ଅନ୍ୟ ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ଉହାଡ଼, ସୁଗୋ, ଲକ୍ଷ୍ମୀଦାସପୁର, ଗୁଆଗଡ଼ିଆ ଓ କେରାସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କୃଷ୍ଣପୁର ଗ୍ରାମରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ତ ବ୍ଲକର ରାମଚନ୍ଦ୍ରପୁର, ଓଡ଼ଙ୍ଗ, ସୋନପଡା ଓ ଅଣିଜୋ ଗ୍ରାମରୁ ଜଣେ ଲେଖାଏଁ, ଷେଣ୍ଢତୀରା ଗ୍ରାମରୁ୨ଜଣ, ରାମପୁର ଗ୍ରାମରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ବେଲଗଡିଆ, ମଢିଆଳି, ବୟାଁବନାପୁର, ଦକ୍ଷିଣବାଡ଼ ଗ୍ରାମରୁ ୨ଜଣ ଲେଖାଏଁ, ଝୁଟଣା, ରାଜେନ୍ଦ୍ରପୁର, ସାନଶାସନ ଓ ମଧୁଆପଦା ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଚାନ୍ଦବାଲି ବ୍ଲକର ଅଣ୍ଡିଆପାଟ, ବାଲିପାଟଣା, କୁଡ଼ିଆମାଳ, ସୁନ୍ଦରପୁର, ଓସ୍ତିଆ, ବାଲିଗାଁ, ଖେରଙ୍ଗ ଗ୍ରାମରୁ ଜଣେ ଲେଖାଏଁ, ତେନ୍ତୁଲିଡିହ, ଜନ୍ତୁଆଳି, ଧାମରା, ରାମେଶ୍ୱରପୁର ଓ ବାଂଶଡା ଗ୍ରାମରୁ ୨ଜଣ ଲେଖାଏଁ ଏବଂ ଇଚ୍ଛାପୁର ଗ୍ରାମରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ଆନନ୍ଦବଜାରରୁ ୨ଜଣ, ପ୍ରାଚୀନଗରରୁ ୫ଜଣ, ଜଳଙ୍ଗାରୁ ୩ଜଣ, ବାହାଦଲପୁରରୁ ଜଣେ, କଲେଇରୁ ୨ଜଣ, କୋରକୋରାରୁ ୨ଜଣ, ଓଲଙ୍ଗରୁ ୨ଜଣ, ରମ୍ଭିଳାରୁ ୨ଜଣ, ରାନ୍ଦିଆରୁ ୪ଜଣ, କଳାହାଣ୍ଡିଆରୁ ଜଣେ, ଅଣ୍ଢେଇପଲୀରୁ ଜଣେ, କୋଡବରୁଆଁରୁ ଜଣେ, ସାହାଡ଼ା ଗ୍ରାମରୁ ଜଣେ, ଅର୍ଣ୍ଣପାଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ପୌରପାଳିକାର ୱାର୍ଡ ନଂ ୧ର ବରାଳପୋଖରୀ, ୧୦ନଂ ୱାର୍ଡ ଅସ୍ଥଳ, ୧୫ନଂ ୱାର୍ଡ କୁଆଁସ, ୧୧ନଂ ୱାର୍ଡ ନରିପୁର, ୧୭ ନଂ ୱାର୍ଡ ଚନ୍ଦନବଜାର ଓ ୨୩ ନଂ ୱାର୍ଡର ପୁରୁଣାବଜାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ନଂ ୱାର୍ଡ ବାଗୁରାଇରୁ ୩ଜଣ, ୩୦ ନଂ ୱାର୍ଡ ବାଲିପାଟଣା ଗ୍ରାମରୁ ୨ଜଣ, ୬ ନଂ ୱାର୍ଡ ମଠସାହିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ପୌରପାଳିକାର ୧୪ ନଂ ୱାର୍ଡରୁ ଜଣେ, ୧୮ ନଂ ୱାର୍ଡରୁ ୨ଜଣ ଓ ୧୭ ନଂ ୱାର୍ଡରୁ ଜଣେ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକର ବାରସର, ସାମନ୍ତରାୟପୁର,କମାରିଆ, ନରେନ୍ଦ୍ରପୁର, ସୟା ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଓରଡା ଓ ପାଳିଆବିନ୍ଧା ଗ୍ରାମରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଲକର ଓଲଟପୁର, ଅସୁରାଳି, ହସନାବାଦ, ଦିଲୁଆ, ବେତାଳିଗାଁ ଗ୍ରାମରୁ ଜଣେ ଜଣେ, ଧୁଷୁରୀରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ଏନ୍‌ଏସିର ୬ ନଂ ୱାର୍ଡରୁ ୩, ୧ନଂ ୱାର୍ଡରୁ ଜଣେ ଓ ୩ନଂ ୱାର୍ଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରୁ ୭ଜଣ,ଖଇରା ବ୍ଲକରୁ ଜଣେ, ମୟୁରଭଂଜ ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଳାରୁ ଜଣେ ଓ କେନ୍ଦ୍ରାପଡା ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.