Home ଜିଲ୍ଲା ପରିକ୍ରମା ଭଦ୍ରକକୁ ଧଳା ଜହର ମୁକ୍ତ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଭଦ୍ରକକୁ ଧଳା ଜହର ମୁକ୍ତ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

22

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଦିନକୁ ଦିନ ନିଶା କାରବାର ବ୍ୟାପକ ଭାବେ ବଢିବାରେ ଲାଗିଛି । ବିଶେଷ କରି ପଶ୍ଚିମ ବଙ୍ଗରୁ ଚାଲାଣ ହୋଇ ଆସୁଥିବା ବ୍ରାଉନ ସୁଗାର ବା ଧଳା ଜହର ଭଦ୍ରକକୁ କବଳିତ କଲାଣି । ଯୁବକ, ଛାତ୍ର ସମାଜ ଏବେ ପୂର୍ଣ୍ଣ ଭାବେ ଡ୍ରଗ୍ସ ଦ୍ୱାରା କବଳିତ । ନିଶା ପାଇଁ ବହୁ ପରିବାର ନଷ୍ଟ ହେଉଛି । ଯୁବ ପିଢି ଏହି ନିଶା ପାଇଁ ଏତେ ପାଗଳ ଯେ ଏଥିଲାଗି ଚୋରି ଛିନ୍‌ତାଇ ଭଳି ଅପରାଧ କରିବାକୁ ଆଗେଇ ଆସିଲେଣିି । ଏପରି ଧଳା ଜହର ପାଇଁ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧ କରିବାକୁ ପଛାଉ ନାହାନ୍ତି । ଏ ସବୁଠାରୁ ଭଦ୍ରକ ସହରକୁ ଉଦ୍ଧାର କରିବା ପାଇଁ, ସମ୍ପୂର୍ଣ୍ଣ ନିଶାମୁକ୍ତ ଭଦ୍ରକ ପାଇଁ ପୁଲିସର ପଦକ୍ଷେପ ଅତ୍ୟନ୍ତ ଜରୁରୀ । ନିଶା ବେପାରୀ, ବ୍ରାହଉନ ସୁଗାର କାରବାର କରୁଥିବା ବ୍ୟବସାୟୀ, ବିକ୍ରେତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଏକ ଦାବିପତ୍ର ଜିଲ୍ଳା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲ୍ଳା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଉଷା ପାଢୀ, ବିଷ୍ଣୁପ୍ରିୟା ଲେଙ୍କା, ବିଷ୍ଣୁପ୍ରିୟା ଜେନା, ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ପୁଷ୍ପକାନ୍ତ ସାହୁ, ବୃଷଭାନୁ ସାହୁ, ରାକେଶ ମହାପାତ୍ର, ଶୁଭେନ୍ଦୁ ମହାପାତ୍ର, ଶଶାଙ୍କ ଦାଶ, ଆଇଟି ସେଲ୍ ପ୍ରମୁଖ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କୁ ପ୍ରଦାନ କରିଛନ୍ତି । ପୁଲିସ ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇବାକୁ ପଛେଇବେ ନାହିଁ ବୋଲି ସଭାନେତ୍ରୀ ସାହୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.