Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ

ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ

17

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଏହି ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ସ୍ଥିତ ଗୋପୀନାଥପୁର ଗ୍ରାମପଞ୍ଚାୟତର କଂଗ୍ରେସ ବିଜେପି ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଶାସନ, ବିଧାୟକଙ୍କ ପ୍ରଗତିମୂଳକ କାର୍ଯ୍ୟ ଓ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ସାଙ୍ଗଠନିକ ଦକ୍ଷତାରେ ଅନୁପ୍ରାଣିତ ହୋଇ ବିଧିବଦ୍ଧଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଧାୟକଙ୍କ ପ୍ରତିନିଧି ଇଂ ସାମଲ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବ୍ଲକ୍ ଚେୟାରମେନ୍ ମନୋରଂଜନ ଘଡେଇ, ବରିଷ୍ଠ ନେତୃତ୍ୱ କରୁଣାକର ଦାସ, ଯୁବନେତା ପ୍ର୍ରିୟବ୍ରତ ଯେନା ଓ ଚିତ୍ତରଂଜନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.