Home କେନ୍ଦୁଝର ଭତ୍ତା ମିଳିବାରେ ବିଳମ୍ବକୁ ନେଇ ଅସନ୍ତୋଷ

ଭତ୍ତା ମିଳିବାରେ ବିଳମ୍ବକୁ ନେଇ ଅସନ୍ତୋଷ

56

ହାଟଡ଼ିହି-୩୦ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ବୃଦ୍ଧ, ବୃଦ୍ଧା ଓ ବିଦ୍ଧବା, ବିକଳାଙ୍ଗ ମାନଙ୍କୁ ଭତ୍ତା ମିଳିବାରେ ବିଳମ୍ବକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିମାସ ୧୫ତାରିଖରେ ସାମାଜିକ ନିରାପତା ଯୋଜନାରେ ଭତ୍ତା ଦେବାକୁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶ ଥିବାବେଳେ ଚଳିତମାସ ଆଜି ସୁଦ୍ଧା ଭତ୍ତା ପ୍ରଦାନ କରାଯାଇ ନାହିଁ । ଅନେକ ବୃଦ୍ଧ, ବୃଦ୍ଧା, ବିଧବା ଓ ବିକଳାଙ୍ଗ ମାନେ ଏହି ଭତ୍ତାକୁ ଚାହିଁ ରହିଥାନ୍ତି । ଅନେକ ବୃଦ୍ଧ, ବୃଦ୍ଧା ଏହି ଟଙ୍କାରେ ମେଡିସିନି କିଣି ଖାଇଥାନ୍ତି । କିନ୍ତୁ ୩୦ତାରିଖ ସୁଧା ମଧ୍ୟ ଏହି ଭତ୍ତା ଲୋକଙ୍କୁ ଦିଆଯାଇପାରିନି । ଯାହାଦ୍ୱାରାକି ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବ୍ଲକ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ଅନୁଦାନ ଅର୍ଥ ଆସିନଥିବାରୁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି । ଆଜି ଟଙ୍କା ପଳାଇଆସିଛି ଓ ଆସନ୍ତା କାଲିଠାରୁ ପ୍ରତିପଞ୍ଚାୟତରେ ବଣ୍ଟନ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.