Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ୧୪୪ତମ ଗୋପବନ୍ଧୁ ଜୟନ୍ତୀ ପାଳିତ

ଭଣ୍ଡାରିପୋଖରୀ – ୧୪୪ତମ ଗୋପବନ୍ଧୁ ଜୟନ୍ତୀ ପାଳିତ

52

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାରିକପୁର ଉତ୍କଳମଣି ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ମୁଖ୍ୟବକ୍ତାଭାବେ ମହୁରା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାକ୍ତନ ସହାୟକ ଆୟୁକ୍ତ ଡ.ଦୁଃଶାସନ ଓଝା, ଡା ନିରଞ୍ଜନ ଓଝା, ଶିକ୍ଷାବିତ ଭାସ୍କର ଚନ୍ଦ୍ର ଦାସ, ସଙ୍ଗୀତଜ୍ଞ ଅକ୍ଷୟ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ପୋଥାଳ ପ୍ରମୁଖ ଯୋଗଦେଇ ପଣ୍ଡିତ ଦାସଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ପୁରୁଷୋତ୍ତମ ଧଳ ଉଦ୍ଦେଶ୍ୟଜ୍ଞାପନ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହସମ୍ପାଦକ ଘନଶ୍ୟାମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.