Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ସୈରାତ, ଜିଲ୍ଲାପାଳଙ୍କୁ ଏନ.ଜି.ଟି. ନୋଟିସ

ଜଗନ୍ନାଥପ୍ରସାଦ ସୈରାତ, ଜିଲ୍ଲାପାଳଙ୍କୁ ଏନ.ଜି.ଟି. ନୋଟିସ

18

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ବୈତରଣୀ ସୈରାତରୁ ବାଲିଉଠାଣ ମାମଲାରେ ଭଦ୍ରକ ଜିଲ୍ଲାପାଳଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ ଜାରି କରାଯାଇଛି । ମାମଲାର ଆବେଦନକାରୀ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଆବାହକ ଅକ୍ଷୟ କୁମାର ତ୍ରିପାଠୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଭୁ ପ୍ରସନ୍ନ ବେହେରା ଜବାବ ସୁଆଲ କରିଥିଲେ । ଗତ ୫ ତାରିଖରେ ମାମଲାର ଶୁଣାଣୀ ହୋଇ ଆଖୁଆପଦା ଜଳସେଚନ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଗତ ମାର୍ଚ୍ଚମାସ ୧୦ ତାରିଖରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦତ୍ତ ପତ୍ର ଓ ସଂପୃକ୍ତ ସୈରାତରୁ ବାଲି ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀକୁ ଏଡାଯାଇଥିବା ଗୁରୁତର ଦିଗକୁ ବିଚାରକୁ ନେଇଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ବାଲିପୋଖରୀ ଏସକେପ ସମ୍ମୁଖରେ ବର୍ଷ ବର୍ଷ ଧରି ଜମା ହୋଇ ରହିଥିବା ପ୍ରାକୃତିକ ବାଲିଚଢା ଏହି ଏସକେପ ଓ ଏସକେପ ମୁହଁରେ ଥିôବା ଜନବସତିକୁ ବନ୍ୟାଜଳସ୍ରୋତରୁ ସୁରକ୍ଷା ଦେଉଥିବାରୁ ଏହାର ଚୋରି ବିପର୍ଯ୍ୟୟ ସୃଷ୍ଟି କରିବା ନେଇ ସତର୍କ କରାଇଥିଲେ । ଏହି ସମସ୍ତ ଗୁରୁତର ଆଇନଗତ ତ୍ରୁଟିକୁ ଏଡାଇ ତହସିଲଦାରଙ୍କ ଦ୍ୱାରା ବାଲି ଚାଲାଣ ରସିଦ ଯୋଗାଣ କରାଯିବା ଆଦି ଦିଗକୁ ଅନୁଧ୍ୟାନ କରି ଆଗାମୀ ତିନି ସପ୍ତାହ ମଧ୍ୟରେ ଟ୍ରିବ୍ୟୁନାଲକୁ ରିପୋର୍ଟ ଦେବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ସତ୍ୟ ଆଧାରରେ ତହସିଲଦାରଙ୍କ ବିରୋଧରେ ଫୌଜଦାରୀ ମାମଲା ଋଜୁ ପାଇଁ ମଧ୍ୟ ଆଦେଶ ହୋଇଛି । ମାମଲାର ପରବର୍ତ୍ତି ଶୁଣାଣୀ ଆଗାମୀ ୨୬ ତାରିଖରେ ହେବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.