Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ନିର୍ବାଚନୀ ବୈଠକ

ବିଜେପି ପକ୍ଷରୁ ନିର୍ବାଚନୀ ବୈଠକ

33

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପାହିମହୁରା କଲ୍ୟାଣମଣ୍ଡପ ପରିସରରେ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳର ଜିଲ୍ଲା ଉପସଭାପତି ତଥା ସରପଞ୍ଚ ଜଗବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଯୋଗଦେଇ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜନସମ୍ପର୍କ ଦ୍ୱିଗୁଣିତ କରିବାକୁ ଦଳର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ ଦଳର ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିବା ସହ ଦଳୀୟ ଶକ୍ତିବୃଦ୍ଧି ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଦଳ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଜିଲ୍ଲା ସାଧାରଣ ସମ୍ପାଦକ ମନୋରଞ୍ଜନ ମଲ୍ଲିକ, ସମ୍ପାଦିକା ତପସ୍ୱିନୀ ମହାପାତ୍ର, ନିର୍ଗୁଣ୍ଡି ସରପଞ୍ଚ ନମିତା ପାତ୍ର, ମଣ୍ଡଳ ସଭାପତି ଗିରିଶ ସାମଲ, ପଞ୍ଚାୟତ ସହ ପ୍ରମୁଖ ଚିନ୍ମୟ ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନିର୍ମଳ କର, ବାବାଜି ଜେନା ପ୍ରମୁଖ ଯୋଗଦେଇ ବୈଠକରେ ଅଂଶଗ୍ରହଣ କରିଥିଲେ । ପଞ୍ଚାୟତ ପ୍ରମୁଖ ସଞ୍ଜୟ ପଣ୍ଡା ସ୍ୱାଗତ ଭାଷଣ ଓ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ଧନ୍ୟବାଦ ଦେଇଥିଲେ । ନଗୁଆଁ ସରପଞ୍ଚ କମଳ କୁମାର ନନ୍ଦ, ଯୁବମୋର୍ଚ୍ଚା ସଭାପତି ପ୍ରତାପ ଦ୍ୱିବେଦୀ, ସୁବାସ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.