Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ଯୁବକର ଆତ୍ମହତ୍ୟା

ଭଣ୍ଡାରିପୋଖରୀ – ଯୁବକର ଆତ୍ମହତ୍ୟା

28

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତର ପିରିପୁର ଗ୍ରାମର ବଳଭଦ୍ର ପୃଷ୍ଟି(୩୦) ଗତକାଲି ରାତ୍ରରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବଳଭଦ୍ର ବାସଗୃହ ପାର୍ଶ୍ୱ ଆମ୍ବଗଛରେ ଗାମୁଛାକୁ ରଶୀ ଭାବେ ବେକରେ ବାନ୍ଧି ଝୁଲୁଥିବା ଅବସ୍ଥା ସୋମବାର ପ୍ରତ୍ୟୁଷରୁ ପଡୋଶୀ ଦେଖି ଘରଲୋକଙ୍କୁ ଜଣାଇଥିଲେ। ସୂଚନା ପାଇ ପୁଲିସ ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ଋଜୁ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା। ମୃତକ ସର୍ବଦା ନିଶାଶକ୍ତ ହୋଇ ପିତାମାତା, ପତ୍ନୀ ଓ ଦୁଇପୁଅକୁ ମାରଧର କରୁଥିଲା। ଫଳରେ ପିତାମାତା ଘରଛାଡି ଅନ୍ୟତ୍ର ରହୁଥିବା ବେଳେ ପତ୍ନୀ ଦୁଇପୁଅକୁ ନେଇ ବାପଘରେ ରହୁଥିଲେ। ରବିବାର ଭାବପ୍ରବଣ ହୋଇ ବଳଭଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଗ୍ରାମବାସୀମାନେ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.