Home ଓଡ଼ିଶା ବହୁ ଚର୍ଚ୍ଚତ ଫଟୋଗ୍ରାଫର ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଗିରଫ,...

ବହୁ ଚର୍ଚ୍ଚତ ଫଟୋଗ୍ରାଫର ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଗିରଫ, ତିହିଡ଼ି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଚାନ୍ଦବାଲି କୋର୍ଟରେ ହାଜର କଲା ପୁଲିସ

35

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ ଫଟୋଗ୍ରାଫର ମାନ ହାତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତା’ର ସହଯୋଗୀ ଝୁନା ଭୋଇକୁ କ୍ରାମଇବ୍ରାଞ୍ଚ୍ ଟିମ୍ ଓ ଭଦ୍ରକ ପୁଲିସ ନଳାଙ୍ଗ ଛକ ଠାରୁ କଲିକତାରୁ ଏକ ଯାତ୍ରୀବାହୀ ବସ୍ ଯୋଗେ ଆସୁଥିବାବେଳେ ଗିରଫ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରଥମେ ଟାଉନ ଥାନାକୁ ନିଆଯାଇ କିଛି ସମୟ ପଚରା ଉଚୁରା କରାଯାଇଥିଲା। ପରେ ତିହିଡ଼ି ଡାକ୍ତରଖାନାରେ ୨ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଥାନା ପରିସରରେ ଥିବା ଏକ ସରକାରୀ କ୍ୱାର୍ଟରେ ଦୀର୍ଘ ୩/୪ଘଣ୍ଟା ରଖି କ୍ରାଇମ୍ ବ୍ରାଞ୍ଚ ଓ ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ଅଧିକ ତଥ୍ୟ ଜାଣିବା ପାଇଁ ପଚରା ଉଚୁରା କରିଥିଲେ। ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କୁ ହାଜତକୁ ପଠାଇ ଦେଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ଅଣିବା ପାଇଁ ଆବେଦନ କରାଯାଇଥିଲା କିନ୍ତୁ ଏବେ ସେମାନଙ୍କ ସହ ନିରଞ୍ଜନ ସେଠୀ ଏବଂ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଛି ପୋଲିସ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.