Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତା ଦୂରାବସ୍ଥା ପ୍ରତିବାଦ, ପଟ୍ଟାପୋଲ ଛକରେ ଧାନରୁଆ

ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତା ଦୂରାବସ୍ଥା ପ୍ରତିବାଦ, ପଟ୍ଟାପୋଲ ଛକରେ ଧାନରୁଆ

25

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ପଟ୍ଟାପୋଲ ଛକ ଅଗମ୍ୟ ହୋଇଛି । ଜନୈକ ବ୍ୟକ୍ତି ଯାତାୟତକାରୀ ରାସ୍ତାକୁ ବ୍ୟକ୍ତିଗତ ସମ୍ପତ୍ତି ଦାବି କରି ନିର୍ମାଣକୁ ଅଟକାଇ ଦେବାରୁ ରାସ୍ତା ବିପର୍ଯ୍ୟସ୍ତ ହୋଇଛି । ପୁନଶ୍ଚ ଏହି ଦୁରାବସ୍ଥା ରାସ୍ତା ଦେଇ ପ୍ରତି ୫ ମିନିଟରେ ଗୋଟିଏ ଭାରୀ ବାଲିବୋଝେଇ ହାଇୱା ଯାନ ଚଳାଚଳ କରୁଥିବାରୁ ସଂପୃକ୍ତ ସ୍ଥାନରେ ରାସ୍ତା ୩ ଫୁଟ ଦବିଯାଇଛି । ରାସ୍ତାର ଏହି ସ୍ଥାନରେ ପାଦରେ ଚାଲ କରି ଯିବା ସମ୍ଭବ ହେଉନଥିବା ବେଳେ ବାଇକ, ସ୍କୁଟି ଚାଳକ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏହାର ପ୍ରତିବାଦ କରି ଶତାଧିକ ସ୍ଥାନୀୟ ଲୋକେ ରାସ୍ତା ଉପରେ ଧାନଋଆ କାର୍ଯ୍ୟ କରିଥିଲେ । ସୂଚନା ପାଇ ତହସିଲଦାର ସରୋଜକାନ୍ତ ନାୟକ, ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ଓ ପୁର୍ତ୍ତ ବିଭାଗ ଯନ୍ତ୍ରୀ ଘଟଣାସ୍ଥାଳକୁ ଆସି ଆଗାମୀ ମଙ୍ଗଳବାର ଖାଲ ମରାମତି କରାଯିବ ଓ ପରଦିନ କଂକ୍ରିଟକରଣ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଉପରେ ଯାନବାହାନ ଚଳାଚଳ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.