Home ଜିଲ୍ଲା ପରିକ୍ରମା ସରସଦା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠାତା ଜଗନ୍ନାଥ ନାୟକଙ୍କ ସ୍ମୃତିସଭା

ସରସଦା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠାତା ଜଗନ୍ନାଥ ନାୟକଙ୍କ ସ୍ମୃତିସଭା

25

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ଜଗନ୍ନାଥ ନାୟକଙ୍କ ସ୍ମୃତିସଭା ବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ଭକ୍ତିନୈବେଦ୍ୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଶିକ୍ଷାବିତ ଶ୍ରୀବତ୍ସ କରଶର୍ମା, ବିଦ୍ୟାଧର ସାହୁ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, କବି ନଟବର ରାଉଳ, ସରପଞ୍ଚ ରମେଶ ଚନ୍ଦ୍ର ଯେନା, ସମିତି ସଭ୍ୟା କମଳା ଯେନା, ସମାଜସେବୀ ରତ୍ନାକର ଦାସ, ଗୁଣାକାର ବେହେରା, କୈଳାସ ଚନ୍ଦ୍ର ଶେଣ୍ଢ, ପରିଚାଳନା କମିଟି ସଭାପତି ପ୍ରତାପ ନାୟକ, ପୂର୍ବତନ ଶିକ୍ଷକ ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ଉଚ୍ଚବିଦ୍ୟାଳୟ ସ୍ଥାପନା କରି ସ୍ୱର୍ଗତ ନାୟକ ଶିକ୍ଷାର ପ୍ରସାର ଦିଗରେ ଅବଦାନ ରଖି ଚୀରସ୍ମରଣୀୟ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ସ୍ଥାପିତ ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ରାଧାଶ୍ୟାମ ଦାଶ ଶ୍ଳୋକପାଠ କରିଥିଲେ । ଶିକ୍ଷକ ପ୍ରକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ରମେଶ ନାୟକ, ପ୍ରଶାନ୍ତ ଭଞ୍ଜ, ବିକାଶ ସ୍ୱାଇଁ, ପ୍ରଶାନ୍ତ ସାମଲ, ରଣଜିତ ସ୍ୱାଇଁ, ବିଶ୍ୱଜିତ ନାୟକ, ରବି ଜେନା, ଅକ୍ଷୟ ଯେନା, କିଶୋର ଶେଣ୍ଡ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.