Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

21

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ବ୍ଲକଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ଏଥିରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ମୁଖ୍ୟବକ୍ତା, ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ, ଏବିଇଓ ଉମେଷ ଯେନା, ମଞ୍ଜୁଳା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କ୍ରୀଡା ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଓ ମାନସ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଭଲିବଲ, ବ୍ୟାଡମିଣ୍ଟନ, ବାସ୍କେଟବଲ ଓ ହ୍ୟାଣ୍ଡବଲ ଆଦି ଦଳଗତ କ୍ରୀଡାର ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଯୋଗ୍ୟ କ୍ରୀଡା ପ୍ରତିଯୋଗୀକୁ ଜିଲ୍ଲାସ୍ତର କ୍ରୀଡାରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଛି । କ୍ରୀଡା ଶିକ୍ଷକ ରତିକାନ୍ତ ଜେନା, ପବିତ୍ର ମୋହନ ଦାସ, ସ୍ମୃତିରଞ୍ଜନ ଦାସ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ । ଦେବାଶିଷ ଆଚାର୍ଯ୍ୟ, ପ୍ରମୋଦ ଦାସ, ବିକଶି ସାହୁ ବିଭିନ୍ନ ମ୍ୟାଚର ରେଫରୀ ଦାଇତ୍ୱ ତୁଲାଇଥିଲେ । ପୂର୍ଣ୍ଣିମା ମହନ୍ତ, ବିଷ୍ଣୁପ୍ରିୟା ଜେନା, ସଶ୍ମିତା ଦାୟକ, ପ୍ରଶାନ୍ତ ଜେନା, ଗୋବିନ୍ଦ ଚନ୍ଦ୍ର ବେହେରା, ସୁଧାକର ମହାପାତ୍ର, ଅମୂଲ୍ୟ ନାୟକ, ଭାଗବତ ନାୟକ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ । ଶିକ୍ଷକ ନେତା ରଞ୍ଜନ କୁମାର ମହାନ୍ତି, ପୁଷ୍ପକ ଭାରତୀ, କୈଳାସ ସାମଲ ଓ ଭଣ୍ଡାରିପୋଖରୀ ହାଇସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀମାନେ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.