Home ଜିଲ୍ଲା ପରିକ୍ରମା ଗର୍ଭଧାରଣ ନକରି ବି କ୍ଷୀର ଦେଉଛି ୧୩ମାସର ବାଛୁରୀ

ଗର୍ଭଧାରଣ ନକରି ବି କ୍ଷୀର ଦେଉଛି ୧୩ମାସର ବାଛୁରୀ

42

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗର୍ଭଧାରଣ ନକରି ବି ଏକ ୧୩ମାସର ବାଛୁରୀ କ୍ଷୀର ଦେଉଛି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଘଟିଛି ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଫତେପୁର ଗ୍ରାମର ସୁଦର୍ଶନ ଦାସଙ୍କ ପାଳିତ ବାଛୁରୀ କ୍ଷେତ୍ରରେ । ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ଶନିବାର ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା.ନିରାକାର ଜେନା ଓ ପ୍ରାଣୀଧନ ନିରୀକ୍ଷକ ସଞ୍ଜିବ ବାରିକ ସେହି ଗ୍ରାମକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଘଟଣାରୁ ଜଣାଯାଇଛି ଯେ ସୁଦର୍ଶନଙ୍କ ଘରେ କୃତ୍ରିମ ପ୍ରଜନନରୁ ଜନ୍ମ ନେଇଥିବା ଏକ ମାଈ ବାଛୁରୀ ବର୍ଷକର ହୋଇଥିବା ବେଳେ ତା ପହ୍ନାର ଆକାର ବଢିବାରେ ଲାଗିଥିଲା । ଏମିତିକି ପହ୍ନାକୁ ଦୁହିଁବା ପରେ କ୍ଷୀର ଝରିବା ଆରମ୍ଭ ହୋଇଥିଲା । ଏହି ଘଟଣାରେ ସୁଦର୍ଶନ ଆଶ୍ଚର୍ଯ୍ୟ ହେବା ସହ ପ୍ରାଣୀ ବିଭାଗର ଡାକ୍ତରଙ୍କ ସହ ଏ ସମ୍ପର୍କରେ ପରାମର୍ଶ କରିଥିଲେ । ଡାକ୍ତର ସୁଦର୍ଶନଙ୍କୁ ପୁଷ୍ଟିକର ଦାନା ସହ ଭିଟାମିନ ବାଛୁରୀକୁ ଦେବା ପାଇଁ ପରାମର୍ଶ ଦେଇଥିଲେ । କ୍ରମଶଃ ବାଛୁରୀର କ୍ଷୀର ବଢିଥିଲା ଏବଂ ଏବେ ସେ ବାଛୁରୀ ଦିନକୁ ୨ଓଳିରେ ୩ଲିଟର କ୍ଷୀର ଦେଉଥିବା ସୁଦର୍ଶନ ପ୍ରକାଶ କରିଛନ୍ତି । ଏହି ଘଟଣା ଦେଖିବାକୁ ଆଖପାଖର ଲୋକମାନଙ୍କର ବାଛୁରୀ ନିକଟରେ ଗହଳି ଲାଗୁଥିବା ଜଣାପଡିଛି । ଉପଯୁକ୍ତ ଲାଳନପାଳନ, ଖାଦ୍ୟ, ଯତ୍ନ ତଥା ଅତ୍ୟଧିକ ପ୍ରୋଲାକ୍ଟିନ, ଅକ୍ସିଟୋସିନ ଆଦି ହରମୋହନ କ୍ଷରଣ ଯୋଗୁ ଏହା ସମ୍ଭବ ହୋଇଥିବା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଜେନା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.