Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ

ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ

21

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଉପଲକ୍ଷେ ଦେବାଳୟରେ ବୁଧବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ମାଳଦା ଶ୍ୟାମାଶ୍ୟାମ ଧାମରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପ୍ରତ୍ୟୁଷରୁ ରୀତି ନୀତି ଅନୁଯାୟୀ ବିଶେଷ ଭାବେ କରାଯାଇଥିଲା । ଅନ୍ୟାନ୍ୟ ଦେବାଳୟରେ ଦିବସବ୍ୟାପି ପୂଜାର୍ଚ୍ଚନା ସହ ହୋଇଥିବା ଜଣାଯାଇଛି । ବିଶେଷ କରି ମଧ୍ୟ ରାତ୍ରରେ ଶ୍ରୀକୃଷ୍ଣ ଜନ୍ମ ପାଳନ ପୂଜାର୍ଚ୍ଚନା ଅନୁଷ୍ଠିତ ପାଇଁ ଦେବାଳୟକୁ ପ୍ରସ୍ତୁତ କରି ରଖାଯାଇଛି । ମହିଳାମାନେ ଉପବାସ କରି ମଧ୍ୟରାତ୍ର ପୂଜାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ ବେଶରେ ଅଭିନୟ କରି ଜନ୍ମାଷ୍ଟମୀ ପାଳନ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.