Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଗୁରୁ ଦିବସ ପାଳିତ

ଗାନ୍ଧୀ ବାଳାଶ୍ରମରେ ଗୁରୁ ଦିବସ ପାଳିତ

17

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ସଭା ପ୍ରାରମ୍ଭରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ‘ଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତତ୍ପରେ ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ସଂଯୋଜନାରେ ବାଳାଶ୍ରମର ଅନ୍ତେବାସୀ ଓ କଣ୍ଠଶିଳ୍ପୀ ପ୍ରଜ୍ଞା ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ପିଲାମାନେ ଫୁଲ ଚନ୍ଦନରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପୂଜା କରିବା ସହିତ ଆର୍ଶିବାଦ ନେଇଥିଲେ । ଏହି ସଭାରେ ସମାଜସବେୀ ନୀଳକଣ୍ଠ ସାହୁ, ଶିକ୍ଷକ ସୁଦର୍ଶନ ଲାହା, ପୂର୍ଣ୍ଣଚନ୍ଦ୍ର ମହାଳିକ, ଆଶିଷ ବାରିକ ଓ ଗୌରବ ସେନ ଯୋଗଦାନ କରି ପିଲାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ ଏବଂ ପିଲାମାନେ ଜୀବନରେ ନିଷ୍ଠାବାନ ଓ ପରିଶ୍ରମୀ ହେବାକୁ ଆଶ୍ରମର ସମସ୍ତ ଅନ୍ତେବାସୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଶ୍ରମର ସମସ୍ତ କର୍ମକର୍ତା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.