Home ଜିଲ୍ଲା ପରିକ୍ରମା ଜନ୍ମାଷ୍ଟମୀରେ ଗୋ ପୂଜନ

ଜନ୍ମାଷ୍ଟମୀରେ ଗୋ ପୂଜନ

13

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଯୁବ ଯାଦବ ସଂଗଠନ ପକ୍ଷରୁ ବାରିକପୁର ନିକଟ ଅନନ୍ତପୁର ଗ୍ରାମରେ ପବିତ୍ର ଜନ୍ମାଷ୍ଟମୀ ପାଳନ ଅବସରରେ ବୁଧବାର ଗୋ ପୂଜନ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ ପକ୍ଷରୁ ବିରଞ୍ôଚ ବେହେରା, ରାଜେଶ ବାରିକ, ଜଗତଜୀବନ ବାରିକ, ମିଥୁନ ମହାକୁଡ, ସନ୍ତୋଷ ମହାକୁଡ ପ୍ରମୁଖ ଘରକୁ ଘର ଯାଇ ଗ୍ରାମର ଗୋ ମାତାକୁ ସ୍ନାନ କରାଇବା ସହ ପୂଷ୍ପ ମାଲ୍ୟ ଅର୍ପଣ କରି ପୂଜନ କରିଥିଲେ । ଗୋ ମାତାକୁ ଖାଦ୍ୟ ଅର୍ପଣ କରି ଜନ୍ମାଷ୍ଟମୀ ପାଳନ କରିଥିଲେ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ ଗୋମାତାର ବିଶେଷ ସମ୍ପର୍କ ରହିଛି । ଏହି ସ୍ମୃତିରେ ଗୋ ପୂଜନ ଅନୁଷ୍ଠିତ ହୋଇଥିଲା ବୋଲି ଯୁବ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.