Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଗଣଧାରଣା

ଭଣ୍ଡାରିପୋଖରୀ – ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଗଣଧାରଣା

30

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିôା ବିରୋଧି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପୁଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଭଣ୍ଡାରିପୋଖରୀ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବାଇକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଧାରଣା ଦେଇଥିଲେ । ପ୍ରକାଶ ମହାପାତ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରୀ ଧଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ ପ୍ରମୁଖ ରାଜ୍ୟ ସରକାର ଓ ବିଜେଡି ଦଳକୁ ନିନ୍ଦା କର୍ରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଳ୍ଲା କାର୍ଯ୍ୟକରିଣୀ ସଦସ୍ୟା ରୁକ୍ମଣୀ ଦାସ, ସୁରେଶ ଦାସ, ମଣ୍ଡଳ ସଭାପତି ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ସୁଶାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ସେନାପତି, ସ୍ୱରାଜ ମହାପାତ୍ର, ବିବେକାନନ୍ଦ ସାହୁ, ସନ୍ତୋଷ ବେହେରା, ରବି ଦେଓ, ମୃତ୍ୟୁଞ୍ଜୟ ଗୋଚ୍ଛାୟତ, ଅଜୟ ରାଉତ, ପ୍ରଦୀପ ପାଢୀ, କରୁଣାକର ସାହୁ, ବାପି ସାମଲ, ଅଜିତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏ ସମ୍ପର୍କରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଥାନାଧିକାରୀ ମତ୍ୟୁଞ୍ଜୟ ପ୍ରଧାନ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.