Home ଜିଲ୍ଲା ପରିକ୍ରମା ଧାମନଗର ଥାନା ସମ୍ମୁଖରେ ବିଜେପିର ପ୍ରତିବାଦ ସଭା ଓ ଗଣଧାରଣା

ଧାମନଗର ଥାନା ସମ୍ମୁଖରେ ବିଜେପିର ପ୍ରତିବାଦ ସଭା ଓ ଗଣଧାରଣା

60

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଏ ରାଜ୍ୟର ଅଥର୍ବ ରାଜ୍ୟସରକାର ଷ୍ଟିକର ମାରି ବାହା ବାହା ନେଉଛି । ରାଜ୍ୟ ସରକାର ତାଲିବାନ ଶାସନ କରି ଜନସାଧାରଣ ମାନଙ୍କୁ ଶାସନ କରୁଛି । ଗଣତନ୍ତ୍ରର ହିଂସାର ସ୍ତାନ ନାହିଁ । ମାତ୍ର ବିଜେଡ଼ି ଗୁଣ୍ଡାଗର୍ଦି କରି ଲୋକମାନଙ୍କୁ ଭୟଭିତ କରୁଛିବୋଲି ଆଜି ବିଜେପିର ଏକ ପ୍ରତିବାଦ ସଭାରେ କର୍ମୀମାନେ ରାଜ୍ୟ ସରକାରଙ୍କୁ କଟୁସମାଲୋଚନା କରିଥିଲେ । ଶିକ୍ଷୟିତ୍ରୀ ନମିତା ମେହେରଙ୍କ ହତ୍ୟାକରିବା ଘଟଣାର ସମ୍ପୃକ୍ତି ଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ ଏବଂ ବାରିପଦାରେ ବିଜେପି କର୍ମୀଙ୍କ ଉପରେ ବିଜେଡ଼ି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏକ ଗଣଧାରଣା ଧାମନଗର ଥାନାସମ୍ମୁଖରେ ଦିଆଯାଇଥିଲା । ଏଥିରେ ବିଜେପିର ବରିଷ୍ଠ ନେତା ଅଶୋକ ପୁହାଣଙ୍କ ସଭାପତିତ୍ୱରେ ଧାମନଗର ଜିଲ୍ଲାପରିଷଦ ସଭ୍ୟ ସୁରଥ ସେଠୀ, ଦୋବଲ ଜିଲ୍ଳାପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ, ଧୂଷୁରୀ ଜୋନ୍‌ର ରଂଜିତା ସ୍ୱାଇଁ, ବିଜେପି ନେତା ବିରେନ୍ଦ୍ର ଜେନା, ଆଇନ୍‌ଜୀବୀ ଦୀପ୍ତିରଂଜନ ଜେନା, ରଣଜିତ୍ ମହାନ୍ତି, ପୂର୍ବତନ ସମିତିସଭ୍ୟ ଶ୍ରୀକାନ୍ତ ନାୟକ, ଅରବିନ୍ଦ ପତି, ପ୍ରମୋଦ ସୁତାର, ଦୀଲ୍ଳିପ ସାମଲ, ରବିନ୍ଦ୍ର ସେଠୀ, ଶକ୍ତିଦତ ଦାଶ, ରଣଜିତ୍ ସାହୁ, ଏମ୍‌ଡ଼ି ନୁରାନି, ଲକ୍ଷ୍ମୀଧର ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ଅଶୋକ ପଣ୍ଡା, ରମେଶ ପତି, କ୍ଷେତ୍ରବାସୀ ବାରିକ, ବିରେନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ତୁରନ୍ତ ଆକ୍ରମଣ କରିଥିବା ବିଜେଡ଼ି କର୍ମୀ ମାନଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା ।

ସେହିପରି ଧୂଷୁରୀ ଥାନା ସମ୍ମୁଖରେ ବିଜେପିର ବରିଷ୍ଠ ନେତା ଚତୁର୍ଭୁଜ ନାୟକଙ୍କ ସଭାପତିତ୍ୱରେ ଧାରଣା ଓ ପ୍ରତିବାଦ ସଭାରେ ଅସୁରାଳି ଜିଲ୍ଲାପରିଷଦ ସଭ୍ୟା ଉମାମଣୀ ସାହୁ, ଧୂଷୁରୀ ମଣ୍ଡଳ ସଭାପତି ରାମଚନ୍ଦ୍ର ମିଶ୍ର, ଶହୀଦମଣ୍ଡଳ ସଭାପତି ଅଜୟ ବଳ, ମିଡ଼ିଆସେଲ୍‌ର ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ, ପୂର୍ବତନ ସରପଂଚ ନିରଂଜନ ମାଝୀ, ରାଜେନ୍ଦ୍ର ସାହୁ, ସୁରଜ ସାହୁ, ଅନିରୁଦ୍ଧ ସାହୁ, ଅନ୍ତର୍ଜାମୀ ପତି, ପ୍ରଶାନ୍ତ ନାୟକ, ଗୋପାଳ ଖଟୁଆ, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ବିଜେଡ଼ି ଦଳ ଗୁଣ୍ଡାଗର୍ଦ୍ଦି କରି ଯେଉଁ ଆତଙ୍କ ସୃଷ୍ଟି କରୁଛି ତାହାକୁ କଢା ଜବାବ ଦେବାପାଇଁ ବିଜେପି ପ୍ରସ୍ତୁତ ବୋଲି ଏହି ପ୍ରତିବାଦ ସଭାରେ ବିଜେପି କର୍ମୀ ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଧାମନଗର ଓ ଧୂଷୁରୀ ଥାନା ସମ୍ମୁଖରେ ବିଜେପିର ଏହି ପ୍ରତିବାଦ ସଭାରେ ଏକ ଦାବିପତ୍ର ଥାନା ଅଧିକାରୀଙ୍କ ମାଧ୍ୟମରେ ମହାମହିଁମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ଉଭୟ ଥାନାରେ ଦୁଇପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.