Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଭଣ୍ଡାରିପୋଖରୀ – ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

51

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଧାରଣା ଦିଆଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ତତ୍ତ୍ୱାବଧାନରେ ଓ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ୱରେ ଗୋଲକ ଚନ୍ଦ୍ର ବେହେରା, ପିତାମ୍ବର ନାୟକ, ନଟବର ରାଉଳ, ଅକ୍ଷୟ ସ୍ୱାଇଁ, ମହେଶ୍ୱର ସାହୁ, ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ସୁବାସ କାଣ୍ଡି, ମନୋଜ କୁମାର ନାୟକ, ଧରିତ୍ରୀ ଜେନା, ଜତୀନ୍ଦ୍ର ସାହୁ, ନାରାୟଣ ବେହେରା, ସନ୍ତୋଷ ମହାପାତ୍ର, ଟୁକୁନା ସାମଲ, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ପେଟ୍ରୋଲ, ଡିଜେଲର ଅହେତୁକ ଦରବୃଦ୍ଧି, ଖାଇବା ତେଲ ଆକାଶଛୁଆଁ ହେବା, ବେକାରୀ ସମସ୍ୟା ବୃଦ୍ଧି ବିରୋଧରେ ପ୍ରତିବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.