Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ଓ କୃତୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଆଦର୍ଶ ଶିକ୍ଷକ ଓ କୃତୀଛାତ୍ରଙ୍କୁ ସମ୍ବର୍ଦ୍ଧନା

74

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀର ସରକାରୀ ସ୍ୱୀକୃତୀପ୍ରାପ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଜେ.ଏନ.ପବ୍ଲିକ ସ୍କୁଲ ପକ୍ଷରୁ ଆଦର୍ଶ ଶିକ୍ଷକ ଓ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ସଫଳ ଛାତ୍ରୀ ଦ୍ୱୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍କୁଲ ସଭାପତି ଶିକ୍ଷାବିତ ନଟବର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ସୁଧାଂଶୁ ମୋହନ ମିଶ୍ର, ରଞ୍ଜନ ପରିଡା ଓ କ୍ଷୀରୋଦ କୁମାର ଜେନା ସମ୍ମାନିତ ଭାବେ ଯୋଗଦେଇ ବରିଷ୍ଠ ଶିକ୍ଷା ସଂଯୋଜକ ତଥା ଆଦର୍ଶ ଶିକ୍ଷକ ଗଦାଧର ବାରିକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସଂପୃକ୍ତ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଦର୍ଶ ଶିକ୍ଷକ ଶ୍ରୀ ବାରିକ ସ୍କୁଲର ଉନ୍ନତି କାମନା କରିବା ସହ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ପ୍ରବେଶିକା ପରୀକ୍ଷାରେ ବିଦ୍ୟାଳୟର ସଫଳ ଛାତ୍ରୀ ହଂଶିକା ରାଉତ ଓ ସାଈଜ୍ୟୋତି ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ବିଦ୍ୟାଧର ବାରିକ, ଶିକ୍ଷୟତ୍ରୀ ମମତା ସାହୁ, ସଂଯୁକ୍ତା ପ୍ରଧାନ, ଗୀତାଞ୍ଜଳି ରାଉତ, ସ୍ମୃତିରେଖା ନାୟକ, ସ୍ମୃତିପ୍ରଭା ପାତ୍ର, ମୀନାକ୍ଷୀ ସାମଲ, ସୋନମ ଜୟସ୍ୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.