Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ

ଭଣ୍ଡାରିପୋଖରୀ – ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ

20

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପେଟ୍ରୋଲ, ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ଇନ୍ଧନର ଅହେତୁକ ଦର ବୃଦ୍ଧି ବିରୋଧରେ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରେଟ୍ରୋଲ ପମ୍ପରୁ ଇନ୍ଧନ ଗ୍ରହୀତାଙ୍କ ଠାରୁ ଆଜି ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇ ଦରବୃଦ୍ଧି ବିରୋଧରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀମାନେ ଶହ ଶହ ସ୍ୱାକ୍ଷର ସଂଗ୍ରହ କରିବା ସହ ଏହାର ପ୍ରତିବାଦ କରିବାକୁ ପ୍ରବର୍ତ୍ତାଇଥିଲେ। କଂଗ୍ରେସ ପକ୍ଷରୁ ତୈଳର କ୍ରୟ ମୂଲ୍ୟ ଓ ଏହା ଉପରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସର ଏକ ଚାର୍ଟ ପ୍ରଦର୍ଶନ କରିଥିଲେ। କେବଳ ଲୋକଙ୍କୁ ଶୋଷଣ କରାଯାଉଥିବା ଓ ଏହା ଦ୍ୱାରା ଗରିବ, ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣ ହନ୍ତସନ୍ତ ହେଉଥିବାରୁ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏଭଳି ଦରବୃଦ୍ଧି ପ୍ରଭାବରେ ଉଭୟ ସରକାରର ପତନ ହେବ ବୋଲି ଦଳ ପକ୍ଷରୁ ଚେତାଇ ଦିଆଯାଇଥିଲା। ଏହା ସହ କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଦର ଥିବା ୭୫ଟଙ୍କା ମୂଲ୍ୟରେ ଏକ ଲିଟର ପେଟ୍ରୋଲ ବିକ୍ରୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.