Home ଜିଲ୍ଲା ପରିକ୍ରମା ତିହିଡି – ତୈଳଦର ବୃଦ୍ଧି ପ୍ରତିବାରେ ତିହିଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

ତିହିଡି – ତୈଳଦର ବୃଦ୍ଧି ପ୍ରତିବାରେ ତିହିଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

32

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶରେ ତୈଳଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଏଆଇସିସି ଡାକରାରେ ଆଜି ତିହିଡ଼ି ବ୍ଲକ କଂଗ୍ରେସ ପକ୍ଷରୁ କୋହ୍ଲ ସ୍ଥିତ ନାରାୟଣୀ ପେଟ୍ରୋଲ ପମ୍ପ ଠାରେ ଜନମତ ସଂଗ୍ରହ ଓ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। କରୋନା କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂକ୍ଷକ କର୍ମୀ ଓ ନେତାଙ୍କ ଉପସ୍ଥିତ ରହି ପେଟ୍ରୋଲ ପମ୍ପକୁ ଆସୁଥିବା ବାଇକ୍‌, ଟେମ୍ପୁ, ଟ୍ରକ୍ ଆଦି ବିଭିନ୍ନ ଯାନବାହାନର ଚାଳକଙ୍କୁ ପେଟ୍ରୋଲ ଲିଟର ପ୍ରତି ମୂଲ୍ୟ ୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ସମ୍ପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିଥିଲେ। ତୈଳଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ଖୁବ୍ ପ୍ରଭାବ ପକାଇଛି ବିଶେଷ କରି ଗ୍ରାମାଞ୍ଚଳର ଗରିବ, ଖଟିଖିଆ, ମେହନତି ମଣିଷଙ୍କ ପାଇଁ ଏହା ଦୁର୍ଦ୍ଦିନ ଆଣି ଦେଇଛି ବୋଲି ବହୁ ପେଟ୍ରେଲ କ୍ରେତା ମତ ପ୍ରକାଶ କରିଥିଲେ। ପରେ ସେମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା। ତେବେ ପେଟ୍ରୋଲ ପମ୍ପରେ ବହୁ ଲୋକ ଆଗ୍ରହ ସହକାରେ ଦସ୍ତଖତ ଦେଉଥିବା ଦେଖିବାକୁ ମିଳିଥିଲା। ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦସ୍ତଖତ ଅଭିଯାନରେ ବାସୁଦେବପୁର ନିର୍ବାଚନ ମଣ୍ଡୀଳୀୟ ନେତା ଅଶୋକ କୁମାର ଦାସ, ବରିଷ୍ଠ ନେତା ମୀନକେତନ ସେନାପତି, ସୁରେନ୍ଦ୍ର ସାହୁ, ବାଇଧର ଘଡ଼େଇ, ରମାକାନ୍ତ ବାରିକ, କରୁଣାକର ମହାରଣା, ଗୋରାବାବୁ ସାହା, ଦୀପକ ଦାସ, ଦିଲୀପ ବିଶ୍ୱାଳ, ହରିହର ମଳିକ, ବନମାଳି ପରିଡ଼ା, ବିକ୍ରମ ଜେନା, ଉପାସୀ ମଳିକ, ପୃଥିରାଜ ନାୟକ, ରଂଜିତ ବଳ, ପ୍ରଭାତ କୁମାର ମଳିକ, ବସନ୍ତ ଭୋଇ, ନାରଣ ମଳିକ, ଅଭୟ ମଳିକ, ଗଗନ ବିହାରୀ ମହାନ୍ତି, ଗୋଦାବରିଶ ପାଣିଗ୍ରାହୀ, ମାନସ ପାତ୍ର, ସୁବ୍ରତ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଶେଷରେ ଲୋକମାନଙ୍କର ଏହି ଦସ୍ତଖତ ସମ୍ବଳିତ ସ୍ମାରକପତ୍ରକୁ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଡାକ ଯୋଗେ ପଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.