Home ଜିଲ୍ଲା ପରିକ୍ରମା ୭୦ ଟଙ୍କାରେ କଂଗ୍ରେସ ବିକିଲା ପେଟ୍ରୋଲ :ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ସବୁ ପେଟ୍ରୋଲ ଟାଙ୍କି...

୭୦ ଟଙ୍କାରେ କଂଗ୍ରେସ ବିକିଲା ପେଟ୍ରୋଲ :ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ସବୁ ପେଟ୍ରୋଲ ଟାଙ୍କି ଆଗରେ ସଚେତନତା ସ୍ୱାକ୍ଷର ଅଭିଯାନ

74

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ପ୍ରତିବାଦ କରି ଆଜି ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଜନ ସଚେନତତା ସ୍ୱାକ୍ଷର ଅଭିଯାନ କରାଯିବା ସହିତ ଗ୍ରାହକଙ୍କୁ ୭୦ଟଙ୍କା ଲିଟର ଦରରେ ପେଟ୍ରୋଲ ବିକ୍ରୟ କରାଯାଇଥିଲା। ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱ ନୂଆବଜାର ବର୍ଷା ପେଟ୍ରୋଲ ପମ୍ପ ଆଗରେ ଅଭିଯାନ କରାଯାଇଥିଲା। ଏଠାରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଅବଦୁଲ ମୁକିତ୍ ଖାନ, ଅସ୍‌ରଫ୍ ଅଲିଖାଁ, ସେକ୍ ସମ୍‌ଦାନୀ, ବିଜୟ ବାରିକ, ସେକ୍ ଜୁଲଫୁକର, ଏନାମୁଲ ହକ୍ ଖାଁ, ସେକ୍ ସିରାଜୁଦ୍ଦିନ, ପ୍ରଦ୍ୟୁମ୍ନ ଦାସ, ମୀର୍ଜା ଏକ୍‌ରାମ ପ୍ରମୁକ ଯୋଗ ଦେଇ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଲିଟର ପିଛା ୬୮ ଟଙ୍କା ଥିବା ବେଳେ ବିଜେପି ପେଟ୍ରୋଲ ଦଳ ଜନତାଙ୍କ ଉପରେ ବୋଝ ବୋଲି କହି ‘ଅଚ୍ଛା ଦିନ’ର ନାରା ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିଲା। ମାତ୍ର ଏବେ ପେଟ୍ରୋଲ ୧୦୩ ଟଙ୍କା ପାର ହେବା କ’ଣ ଅଚ୍ଛାଦିନର ଉଦାହରଣ ବୋଲି ଆରୋପ କରିଥିଲେ। ଏହିଭଳି ଭାବେ ଭଦ୍ରକ ସହରର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ଦିନ ୧୦ଟା ଠାରୁ ୧ଟା ପର୍ଯ୍ୟନ୍ତ ଏହି ଅଭିଯାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚରମ୍ପା ନ୍ୟାସନାଲ ପେଟ୍ରୋଲ ପମ୍ପ ଆଗରେ ସେକ୍ ଅବଦୁଲ ସଲାମ, ଦେବେନ୍ଦ୍ର ମହାନ୍ତି, କଦମ୍‌ବେଢା ପେଟ୍ରୋଲ ପମ୍ପ ଆଗରେ ଆଶିଷ ରାଉତ, ଗୁଲାମ ମଇରୁଦ୍ଦିନ, ଚିଦ୍ଦାନନ୍ଦ ବାରିକ, ସେକ୍ ମାଙ୍ଗୁ, ସେକ୍ ଜଫିରୁଦ୍ଦିନ, ସୋଲେମାନ ଖାଁ, ବରପଦା ଟାଙ୍କି ଆଗରେ ପୀତବାସ ଧଳ, ଦିକ୍ଷିତ ପେଟ୍ରୋଲ ପମ୍ପ ଆଗରେ ସେକ୍ ବବି, ସେକ୍ ନିୟାଜ, ସେକ୍ ଏହମ୍ମଦ, ସେକ୍ ରିୟାଜ, ବୀଣା ପେଟ୍ରୋଲ ପମ୍ପଠାରେ ହେମନ୍ତ ମହାପାତ୍ର, ରାଜେଶ ଦାସ, ଦିପ୍ତିରଂଜନ ଦାସ, ହଳଦୀଡିହ ପେଟ୍ରୋଲ ପମ୍ପଠାରେ ଇଲିଆସ୍ ଅଲୀ ଖାଁ, ଫିରୋଜ ଖାଁ, ସେକ୍ ପିଣ୍ଟୁ, ସାହାବାଜ୍ ଖାଁ, ସେକ୍ ଇମ୍ରାନ ଆଲାମ, କାଜିତ ଖାଁ, ଦକ୍ଷିଣକାଳୀ ମନ୍ଦିର ନିକଟ ପମ୍ପ ଆଗରେ ଫେଣ୍ଟୁ ଆଲାମ୍‌, ସଂଗ୍ରାମ ସାହୁ, କୃଷ୍ଣଚନ୍ଦ୍ର ସାହୁ, ତେଜା ପେଟ୍ରୋଲ ପମ୍ପଠାରେ ରଂଜନ ଜେନା, ଟୋନି ଅଲି, ଦେବେନ୍ଦ୍ର ପ୍ରଧାନ, ଆରଡି ଛକ ମଲିକ ପମ୍ପରେ ରାଜେନ୍ଦ୍ର ବେହେରା, ଅଭୟ ପ୍ରଧାନ, ରବି ପରିଡା, ଅନୁ ନାୟକ ପ୍ରମୁଖଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.