Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ନାବାଳିକାର ଆତ୍ମହତ୍ୟା

ଭଣ୍ଡାରିପୋଖରୀ – ନାବାଳିକାର ଆତ୍ମହତ୍ୟା

54

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଭୁଆଳଗଡିଆ ଗ୍ରାମର ସୁଧାକର ଜେନାଙ୍କ ଷୋହଳ ବର୍ଷର ନାବାଳିକା କନ୍ୟା ବେକରେ ରଶୀଲଗାଇ ଆତ୍ମହତ୍ୟା କରିଛି । ଘରର ଦୁଇଟି କୋଠରୀ ମଧ୍ୟରୁ ଜେଜେ ବାପା ଓ ଜେଜେମାଆ ଗୋଟିଏ କୋଠରୀରେ ରହିଥିବା ବେଳେ ପିତାମାତା ମଞ୍ଜୁରୀରୋଡ ବଜାରକୁ ଯାଇଥିଲେ । ଏହାର ସୁଯୋଗ ନେଇ କନ୍ୟା ଗୋଟିଏ କୋଠରୀର କବାଟ ବନ୍ଦ କରି ପଙ୍ଖାରେ ରଶୀଦେଇ ଆତ୍ମହତ୍ୟା କରିଥିଲା । ବାପା ମାଆ ଘରକୁ ଫେରି ଘଟଣା ଜାଣିବା ପରେ ଫାଣ୍ଡିକୁ ଖବର ଦେଇଥିଲେ । ଶବ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଅଣାଯାଇଥିଲା । ପୁଲିସ ଶବ ଜବତ କରିଥିବା ଜଣାଯାଇଛି । ଆଜି ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.