Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ସିନିୟର ରଗ୍‌ବି କ୍ରୀଡ଼ା ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ସିନିୟର ରଗ୍‌ବି କ୍ରୀଡ଼ା ଉଦ୍‌ଘାଟିତ

24

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକଅନ୍ତର୍ଗତ ଦେହୁଡ଼ିଆନନ୍ଦପୁର ପଂଚାୟତର ଶ୍ରୀଜଗନ୍ନାଥ ହାଇସ୍କୁଲ ପଡ଼ିଆଠାରେ ଆଜି ରାଜ୍ୟ ସ୍ତରୀୟ ରଗ୍‌ବି କ୍ରୀଡ଼ା ଉଦ୍‌ଘାଟିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ରଗ୍‌ବି ଓ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ମିଳିତ ସହଯୋଗରେ ଏହି କ୍ରୀଡ଼ା ଆରମ୍ଭ ହୋଇଛି । ଧାମନଗର ବିଧାୟକ ବିଷ୍ଣୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଥିଲେ । ଏଥିରେ ରାଜ୍ୟରୁ ୧୯ଟି ଜିଲ୍ଳାରବାଳକ ଓ ବାଳିକା ବିଭାଗର ଖେଳାଳିମାନେ ଯୋଗଦେଇଥିଲେ । ଏହି ଖେଳକୁ ଧିରେନ କୁମାର ରାଉତ, ଦିବ୍ୟରଂଜନ ଦାସ, ଚନ୍ଦନ ସିଂ,ସାଲିନ କାଲା, ଜୟଶ୍ରୀ ମହାରଣା, ଲକ୍ଷ୍ମଣ ନାୟକ ପ୍ରମୁଖ ଖେଳ ପରିଚାଳନା କରିଥିବାବେଳେ ସ୍ଥାନୀୟ ଆନନ୍ଦପୁର ପଂଚାୟତର ବୁଦ୍ଧିଜୀବୀ ଓ ଯୁବକ ବନ୍ଧୁ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.