Home ଜିଲ୍ଲା ପରିକ୍ରମା କେନାଲ ରାସ୍ତାରୁ ଶବ ଉଦ୍ଧାର

କେନାଲ ରାସ୍ତାରୁ ଶବ ଉଦ୍ଧାର

37

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବିମ୍ବଳବର ଶନିମନ୍ଦିରୁ ବାହାଦୂଲନଗରକୁ ସଂଯୋଗକାରୀ ଅଗମ୍ୟ କେନାଲ ରାସ୍ତାରେ ଅଚିହ୍ନା ଶବକୁ ପୁଲିସ ଉଦ୍ଧାର କରିଛି । ଶୌଚପାଇଁ ଯାଇଥିବା ଗାଁ ଲୋକେ ଶବ ପଡିଥିବା ଦେଖିଥିଲେ । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ସୂଚନା ପାଇଁ ପୁଲିସ ଶବ ଉଦ୍ଧାର କରିଛି । ଶବଟି ମୁହଁମାଡି ପଡିଛି ଓ ନିକଟରେ ଟୋପି ମଧ୍ୟ ପଡିଛି । ଥାନାରେ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ପୁଲିସ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିôବା ଜଣାଯାଇଛି । ତେବେ ଶବର ପରିଚୟ ମିଳିଛି । ବନ୍ତ ଥାନା ନିଳୋକ ପଞ୍ଚାୟତ ତାଳବାଙ୍କ ଗ୍ରାମର ଗୋବିନ୍ଦ ମୁଣ୍ଡା(୨୭) ବୋଲି ମୃତକର ପରିଚୟ ମିଳିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.