Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ‘ଥାନାପୋଡି’ର ୮୨ତମ ପୁର୍ତ୍ତି ଉତ୍ସବ

ଭଣ୍ଡାରିପୋଖରୀ ‘ଥାନାପୋଡି’ର ୮୨ତମ ପୁର୍ତ୍ତି ଉତ୍ସବ

20

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ‘ଭଣ୍ଡାରିପୋଖରୀ ଥାନାପୋଡି’ର ୮୨ତମ ପୁର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ସକାଳେ ୧୬ନଂ ଜାତୀୟ ରାଜପଥ କହରାପୋଖରୀ କ୍ରାନ୍ତୀ ମଇଦାନରେ କାର୍ତ୍ତିକ ସ୍ୱାଇଁଙ୍କ ସଂଯୋଜନାରେ ସ୍ୱାଧିନତା ସଂଗ୍ରାମୀ ବ୍ରଜକିଶୋର ବେହେରା, ବୈଲୋଚନ ଜେନା, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ପୁଲିସ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଏଡିପିଓ ବିଜୟକୃଷ୍ଣ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ସମାଜସେବୀ ବଦ୍ରୀନାରାୟଣ ଧଳ, ଗୋଲକ ବେହେରା, ଲକ୍ଷ୍ମୀଧର ସାହୁ, ଶମ୍ଭୁନାଥ ବେହେରା, ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ଯେନା, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର ପ୍ରମୁଖ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ ସମୟରେ ଗାନ୍ଧୀ ମହାତ୍ମାଙ୍କ ‘କର ବା ମର’ ଆହ୍ୱାନକୁ ପାଳନ କରିବା ଲକ୍ଷ୍ୟରେ ସ୍ଥାନୀୟ ସ୍ୱାଧିନତା ବୀର ସଂଗ୍ରାମୀମାନେ ଅତ୍ୟାଚାରୀ ବ୍ରିଟିଶ ପୁଲିସକୁ ଭ୍ରୁକ୍ଷେପ ନକରି ଅଗଷ୍ଟ ୧୭ ତାରିଖରେ ଭଣ୍ଡାରିପୋଖରୀ ଥାନାକୁ ପୋଡି ଦେଇ ଇତିହାସ ପୃଷ୍ଠାରେ ଭଣ୍ଡାରିପୋଖରୀକୁ ଯେଉଁ ସ୍ଥାନ ଦେଇଯାଇଛନ୍ତି ତାହା କାଳ କାଳକୁ ପ୍ରେରଣାଦାୟୀ ହୋଇ ରହିବ । ଖୋଦ ବ୍ରିଟିଶ ପୁଲିସ ଥାନା ଡାଏରୀରେ ଲିପିବଦ୍ଧ କରିଦେଇଥିବା ଏହି ଘଟଣାର ଐତୀହାସିକ ଦସ୍ତାବିଜ ଏବେ ବି ବିଦ୍ୟାମନ । ଉତ୍ତର ପିଢିକୁ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ବିସ୍ତୃତ ଧାରଣା ଦେବା ପାଇଁ ସେହି ପୃଷ୍ଠାକୁ ସାର୍ବଜନୀନ କରିବାର ସମୟ ଆସିଛି ବୋଲି ରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିସହ ଥାନା ପରିସରରେ ଶହୀଦ ସ୍ମୃତିସ୍ତମ୍ଭ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କଷ୍ଟଲବ୍‌ଧ ସ୍ୱାଧିନତାର ମୂଲ୍ୟବୋଧକୁ ଅତୁଟ ରଖିବାକୁ ପ୍ରତ୍ୟେକ ସଙ୍କଳ୍ପ କରିବାକୁ ଆହ୍ୱାନ ଦେଇଥିଲେ । ଭାରପ୍ରାପ୍ତ ଥାନାଧିକାରୀ ଇଭାରାଣୀ ପରିଡା ଓ କର୍ମଚାରୀମାନେ ଉତ୍ସବ ପାଳନରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.