Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ୭୭ ତମ ସ୍ୱାଧୀନତା ଦିବସ

ଗାନ୍ଧୀ ବାଳାଶ୍ରମରେ ୭୭ ତମ ସ୍ୱାଧୀନତା ଦିବସ

23

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ଓଡିଶା ବାଳାଶ୍ରମ ପରିସରରେ ୭୭ତମ ପବିତ୍ର ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଆଶ୍ରମ ଅନ୍ତେବାସୀମାନେ ଏକ ସୁସଜ୍ଜିତ ଗାଡ଼ି ସହ ସାଇକେଲ ଓ ମୋଟରସାଇକେଲରେ ସହର ପରିକ୍ରମା କରିବା ପରେ ଆଶ୍ରମରେ ପହଂଚିଥିଲେ । ତତ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା ତତ୍ପରେ ବାଳାଶ୍ରମ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟା ମୌସୁମୀ ମହାନ୍ତି, ଏଲ. ପି. ଓ. ସୁବ୍ରତ ଦାସ, ଭଦ୍ରକ ଜିଲ୍ଲା ଖାଉଟି ଅଦାଲତର ସଭାପତି ଶିବ ପ୍ରସାଦ ମହାନ୍ତି, ସହକାରୀ କମିଶନର ଜି.ଏସ୍‌.ଟି. ମ୍ରିନାଲ କାନ୍ତ ଦାସ, ବରିଷ୍ଠ କଳାକାର ଓ ଅଭିନେତା କାଳନ୍ଦୀ ଚରଣ ମଳିକ ଓ ଅନିଲ ନାୟକ ଆଦି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବକ୍ତା ମାନେ ପିଲାମାନଙ୍କୁ ସ୍ୱାଧୀନତା ଦିବସ ପାଳନର ତାତ୍ପର୍ଯ୍ୟତା ବିଷୟରେ ସୂଚନା ଦେବା ସଙ୍ଗେ ସଙ୍ଗେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ଅହିଂସା ଆଚରଣକୁ ପାଥେୟ କରି ନିଜକୁ ଜଣେ ସୁନାଗରିକ ଭାବରେ ଗଢି ତୋଳିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଶ୍ରମ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଓ ତର୍କ ପ୍ରତଯୋଗିତା ମାନଙ୍କରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ବାଳାଶ୍ରମର ପିଲାମାନଙ୍କ ଦ୍ୱାରା ଦେଶାତ୍ମକବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଶଣ କରା୍‌୍‌୍‌୍‌ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବାଳାଶ୍ରମର ସମସ୍ତ କର୍ମକର୍ତାମାନେ ପରିଚାଳନା କରିଥିଲା ବେଳେ ତଥାଗତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅନ୍ତେବାସୀ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.