Home ଜିଲ୍ଲା ପରିକ୍ରମା ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ମଞ୍ଚ କଳାକାର ଅକ୍ଷୟ ସ୍ୱାଇଁ, ସହାୟତା ପାଇଁ ଆକୁଳ ନିବେଦନ

ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ମଞ୍ଚ କଳାକାର ଅକ୍ଷୟ ସ୍ୱାଇଁ, ସହାୟତା ପାଇଁ ଆକୁଳ ନିବେଦନ

29

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଆ ଯାତ୍ରା ଜଗତର ଅନ୍ୟତମ ଅଭିନେତା ତଥା ମଞ୍ଚ କଳାକାର ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଅକ୍ଷୟ କୁମାର ସ୍ୱାଇଁ ଦୁରାରୋଗ୍ୟ ବ୍ୟାଧିରେ ପୀହିତ ହୋଇ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି । ଗତ ୩ ଦଶନ୍ଧି ଧରି ବିଭିନ୍ନ ଗଣନାଟ୍ୟ ତଥା ଯାତ୍ରାପାର୍ଟିରେ ମଞ୍ଚ ଅଭିନେତା ଭାବେ ନିରବଚ୍ଛିନ୍ନ ଭାବେ ଅଭିନୟ କରି ୭ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରୁଥିବା ଅକ୍ଷୟବାବୁ ସମୟ କ୍ରମେ ଦୁଇଟି ଯାକ କିଡନୀ ହରାଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ତାଙ୍କର ଏକମାତ୍ର ସହାୟତା ଆୟ । ପରିବାର ବୋଝ ସହ ଚିକିତ୍ସା ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡିଛନ୍ତି ଅକ୍ଷୟ । ଇଚ୍ଛୁକ ବଦାନ୍ୟ ବ୍ୟକ୍ତିମାନେ ଏଥିପାଇଁ ୯୧୭୮୮୫୭୯୭୭ ମୋବାଇଲ ନଂ ରେ ଯୋଗାଯୋଗ କରିବା ସହ ୟୁକୋ ବ୍ୟାଙ୍କ ଜମାଖାତା ନଂ ୦୯୯୪୦୧୧୦୦୨୪୫୫୩ ଯୋଗେ ସହାୟତା କରିବାକୁ ଶ୍ରୀ ସ୍ୱାଇଁ ଆକୁଳ ନିଦେବନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.