Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ଗୋରୁଗାଡି ଜବତ, ୨ ଗିରଫ

ଭଣ୍ଡାରିପୋଖରୀ : ଗୋରୁଗାଡି ଜବତ, ୨ ଗିରଫ

17

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋ ଚାଲାଣକୁ ସଂପୂର୍ଣ୍ଣ ରୋକିବା ନେଇ ଭଦ୍ରକ ଜିଲାରେ ବାରମ୍ବାର ଦାବି ହୋଇଆସୁଥିବାବେଳେ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ନିକଟରୁ ଦୁଇଟି ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ପୁଲିସ ଆଜି ସକାଳେ ଜବତ କରିଥିବା ଜଣାଯାଇଛି । ଯାନ ଦୁଇଟିରେ ଥିବା ୧୧ ଗୋରୁକୁ ମଇତାପୁର ଗୋଶାଳାକୁ ପଠାଯାଇଛି । ଏଥିନେଇ ୧୨୨/୨୧ ନଂ ମାମଲା ଋଜୁ ହୋଇଛି । ଉଭୟ ଗାଡିର ଚାଳକ ଓ ହେଲପରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.