Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ବନ୍ଦ ପାଳନ

ଭଣ୍ଡାରିପୋଖରୀରେ ବନ୍ଦ ପାଳନ

55

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଆହୂତ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି ସହ ବାରିପଦାରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଳନ ଭଣ୍ଡାରିପୋଖରୀ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ବନ୍ଦ ପାଳନର ପ୍ରଭାବ ବିଭିନ୍ନ ସ୍ଥାନରେ ପଡିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସ୍କୁଲ କଲେଜ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ବନ୍ଦ ଯୋଗୁ ୧୬ ନମ୍ବର ଜାତୀୟ ରାଜପଥ ସମେତ ବ୍ଲକର ପ୍ରମୁଖ ରାସ୍ତାଗୁଡିକରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା ।

ଭଣ୍ଡାରିପୋଖରୀ ଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ନିରଞ୍ଜନ ପୁହାଣ, ସୁଶାନ୍ତ ଜେନା, ମାନସ ଜେନା, ରାମଚନ୍ଦ୍ର ସେନାପତି, କରୁଣାକର ସାହୁ ପ୍ରମୁଖ ବନ୍ଦ ପାଳନରେ ଅଂଶଗ୍ରହଣ କରିଥିଲେ । ସେହିପରି ଜାତୀୟ ରାଜପଥର ଡାହାଲା, ଧାମନଗର ଛକ, ବାରିକପୁର, ଚିଙ୍ଗୁଡିପୁର କେନାଲ ଛକ, ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ରାସ୍ତାର ପଟ୍ଟାପୋଲ ଠାରେ ମଧ୍ୟ ଦଳୀୟ କର୍ମୀମାନେ ବନ୍ଦ ପାଳନ କରିଥିଲେ । ସୁରେଶ ସାମଲ, ପ୍ରଦ୍ୟୁମ୍ନ ସେନାପତି, ଅଶୋକ ବେହେରା, ବିବେକାନନ୍ଦ ସାହୁ, ରବି ଦେଓ, ପ୍ରତାପ ରାଉତ, ଜଗବନ୍ଧୁ ଦାସ, ଅମୁଲ୍ୟ ସେଠୀ, ଭୀମସେନ ନାୟକ, ରବିନ୍ଦ୍ର ନାୟକ, ନିରାକାର ସାହୁ, ଦେବେନ୍ଦ୍ର ବରାଳ, ପ୍ରଦୀପ ନାୟକ, ସୁରେନ୍ଦ୍ର ରାଉତ, ନରେନ୍ଦ୍ର ସ୍ୱାଇଁ, ଦିଲ୍ଲିପ ମହାନ୍ତି, ଶଶୀ ମହାପାତ୍ର ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ । ଜିଳ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ତରଣୀସେନ ପଣ୍ଡା, ଯତୀନ୍ଦ୍ର ବେହେରା, ରୁକ୍ମଣୀ ଦାସ, ସୁରେଶ ଦାସ, ପ୍ରଦୀପ ପାଢୀ, ଅଜୟ ପାତ୍ର, ପ୍ରବୀଣ ରାଉତ ପ୍ରମୁଖ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.