Home ଜିଲ୍ଲା ପରିକ୍ରମା ଅଭିନବ ଉପାୟରେ ବାଜା ବଜାଇ ବିଜେପି କରିଲା ପ୍ରତିବାଦ, ଧାମନଗର ବ୍ଲକରେ ୬ଘଂଟିଆ ବନ୍ଦ, ଗଣ୍ଡଗୋଳ...

ଅଭିନବ ଉପାୟରେ ବାଜା ବଜାଇ ବିଜେପି କରିଲା ପ୍ରତିବାଦ, ଧାମନଗର ବ୍ଲକରେ ୬ଘଂଟିଆ ବନ୍ଦ, ଗଣ୍ଡଗୋଳ କରି ଜଣେ ଗିରଫ

20

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ବିଜୁ ଜନତା ଦଳର ଦୀର୍ଘ ୨୧ବର୍ଷ ଶାସନ କରିବା ଦ୍ୱାରା ସେହି ଦଳର କର୍ମୀ ନେତା ମାନେ ଅତ୍ୟନ୍ତ ଅହଂକାରୀ ହୋଇଗଲେଣି । ଫଳରେ ବେବିନା, ଇତିଶ୍ରୀ, ମାଧବିଲତା, ସ୍ମିତାରାଣୀ, ପରୀ ଯେପରି ଗଣଦୁଷ୍କର୍ମର ଶୀକାର ହୋଇ ମୃତ୍ୟୁବରଣ କଲେ, ସେ ଦିଗରେ ନବୀନ ପଟ୍ଟନାୟକ ଶାସନ ମୁଖ୍ୟତଃ ଦାୟୀ । ଏବେ ମହାଲିଙ୍ଗ ସ୍ଥିତ ସନ୍‌ସାଇନ୍ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିରେ ଇସ୍ତଫା ଓ ଗିରଫ ଦାବୀକରି ବିଜେପି ପକ୍ଷରୁ ଡ଼ାକରା ଦିଆଯାଇଥିବା ବେଳେ ଧାମନଗର ବ୍ଲକର ବିଭିନ୍ନ ଜାଗାରେ ଆଜି ୬ଘଣ୍ଟିଆ ରାସ୍ତରୋକ ସହିତ ବଜାର ବନ୍ଦ କରାଯାଇଥିଲା । ତେବେ ବିଭିନ୍ନ ସମୟରେ ବିଭିନ୍ନ ଦାବୀ ଓ ପ୍ରତିବାଦ କରାଯାଉଥିବାବେଳେ ମମିତା ମେହେରଙ୍କ ମୃତ୍ୟୁକୁ ନେଇ ଧାମନଗର ବିଜେପି ପକ୍ଷରୁ ଏକ ଅଭିନବ ଉପାୟରେ ବଜାର ବନ୍ଦ କରାଯାଇଥିବା ଦେଖାଯାଇଥିଲା ।

ଧାମନଗର ସାନବଜାର ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ବିଜେପି କର୍ମୀମାନ ବାଜା ବଜାଇ ନାଚକୁଦ କରି ଏହି ବନ୍ଦ କରାଇଥିଲେ । ଏହାକୁ ନେଇ ମଧ୍ୟ ବିଭିନ୍ନ ଲୋକଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ବ୍ଲକର ଧାମନଗର, ଦୋବଲ, ଅସୁରାଳି, ଧୂଷୁରୀ ପ୍ରମୁଖ ବଜାରରେ ବିଜେପି କର୍ମୀ ପିକେଟିଂ କରି ରାସ୍ତାବନ୍ଦ କରିଥିବାର ଦେଖାଯାଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଦିନ ୧୨ରେ ସରିଥିଲା । ଏହାର ପ୍ରଭାବରେ ବିଭିନ୍ନ ଯାନବାହନ ବନ୍ଦ ରହିଥିଲା । ସକାଳ ୬ଟାରୁ କର୍ମୀ ମାନେ ବ୍ଲକ ଅଂଚଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଆଗରେ ନବୀନ ସରକାର ବିରୋଧରେ ନାରା ଦେଇ ତୀବ୍ର ପ୍ରତିବାଦ କରିଥିଲେ । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା କାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିସ୍କାର କରାଯିବା ସହ ଗିରଫ କରାଯାଉ ବୋଲି ଦାବି ମଧ୍ୟ କରାଯାଇଥିଲା । ଏହି ବନ୍ଦ ସମୟରେ ଧାମନଗର ମୀରସାହି ତଥା ବରିଷ୍ଠ ବିଜେଡ଼ି କର୍ମୀ ସେକ୍ ଖୁରସିଦ୍ଦ୍ ପିତା- ସେକ୍ ଇସୁଫ ବଜାରରେ ଥିବାବେଳେ ଏହି ବନ୍ଦ ପାଳନ କରୁଥିବାର ବିଜେପି କର୍ମୀ ନାୟକ ସାହି ଅଂଚଳର ସେକ୍ ରାଜା ପିତା- ସେକ୍ ହୋସେନ୍ ତାଙ୍କୁ ଅତର୍କିତ ଭାବେ ଏକ ବାଉଁଶ କିଳା ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ଖୁର୍ସିଦ୍ ଆହତ ହୋଇଥିଲେ । ଏ ସମ୍ପର୍କରେ ଖୁର୍ସିଦ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ ରାଜାକୁ ଗିରଫ କରିବା ସହିତ ତାଙ୍କ ନାମରେ କେସ ନଂ ୨୯୬/୨୧ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.