Home ଜିଲ୍ଲା ପରିକ୍ରମା ଧାମରାରେ ବିଜେପି ପକ୍ଷରୁ ୬ ଘଂଟିଆ ବନ୍ଦ ଶାନ୍ତିପୂର୍ଣ୍ଣ

ଧାମରାରେ ବିଜେପି ପକ୍ଷରୁ ୬ ଘଂଟିଆ ବନ୍ଦ ଶାନ୍ତିପୂର୍ଣ୍ଣ

16

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ଡାକରାରେ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଭଦ୍ରକ ଜିଲ୍ଲା ବନ୍ଦକୁ ସଫଳ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ ଏବଂ ମମିତା ମେହେର ଙ୍କ ପରିବାରକୁ ନ୍ୟାୟ ମିଳିବା ପ୍ରତିବାଦରେ ଧାମରା ଠାରେ ମା’ ଧାମରାଇ ମଣ୍ଡଳ ତରଫରୁ ଦିଆଯାଇଥିବା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଆଜି ସକାଳ ୬ଟା ଠାରୁ ଏହି ବନ୍ଦ ର ପ୍ରଭାବ ପଡିଥିବା ବେଳେ ଧାମରା ଠାରୁ ଏକ ମୋଟରସାଇକେଲ ରାଲି ବାହାରି ଧାମରା ୮ପଂଚାୟତ ପରିକ୍ରମା କରିବା ପରେ ଧାମରା ବନ୍ଦର ନିକଟରେ ପହଂଚିଥିଲା ।ଧାମରାଇ ମଣ୍ଡଳର ତ୍ରିଲୋଚନ ପ୍ରଧାନଙ୍କ ଆବହକତ୍ୱରେ ବାହାରିଥିବା ରାଲିରେ ପ୍ରମୋଦ ନାୟକ, ସରୋଜ ଲେଙ୍କା, ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ନନ୍ଦ ବିଶ୍ୱାଳ, ରତିକାନ୍ତ ଜେନା,କାର୍ତ୍ତିକ ଗୁଡିଆ,ସବ୍ୟସାଚୀ ନାୟକ,ଶାନ୍ତନୁ ଜେନା, ସୁନାକର ଜେନା, ଅରୁଣ ଦାସ, କୈଳାସ ଦାଶ, ସୁବାଷ ଦାସ, ଚିନ୍ତାମଣୀ ବଳ, ରାଜେଶ ବେହେରା, ଅନନ୍ତ ଘଡେଇ, ପ୍ରିୟରଞ୍ଜନ ସେଠୀ, ବଟୁଆ ମହାଳିକଙ୍କ ସମେତ ଶତାଧିକ ବିଜେପି କର୍ମୀ ପ୍ରମୁଖ ସାମିଲଥିଲେ । ଏହି ବନ୍ଦର ପ୍ରଭାବରେ ଧାମରା ବନ୍ଦର(ଆଦାନୀ),ଧାମରା ମତ୍ସ୍ୟପୋତାଶ୍ରୟ,ଧାମରା ଠାରେ ଥିବା ଅତିରିକ୍ତ ତହସିଲଦାରଙ୍କ ଅଫିସ,ଧାମରା,କଇଥଖୋଲା,କରଣପଲ୍ଲୀ ଠାରେ ଥିବା ଆର ଆଇ ଅଫିସ, ସମସ୍ତ ରାଷ୍ଟ୍ରାୟତ ଏବଂ ବେସରକାରୀ ବ୍ୟାଙ୍କ ପ୍ରତିଷ୍ଠାନ , ବଜାରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.