Home ଓଡ଼ିଶା ଭଣ୍ଡାରିପୋଖରୀରୁ ନାଗ ନାଗୁଣୀ ଉଦ୍ଧାର

ଭଣ୍ଡାରିପୋଖରୀରୁ ନାଗ ନାଗୁଣୀ ଉଦ୍ଧାର

53

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରପଦା ଗ୍ରାମରୁ ନାଗନାଗୁଣୀ ଉଦ୍ଧାର କରାଯାଇଛି। ଗ୍ରାମର ରତ୍ନାକର ଯେନାଙ୍କ ଚାଷଜମି ସଂଲଗ୍ନ ବାସଗୃହର ଠାକୁରଘର କୋଠରୀରେ ଥିବା ଏକ ପୁରାତନ ଟିଣବାକ୍ସରେ ଉଭୟ ନାଗନାଗୁଣୀ ଗତ ୫ ବର୍ଷ ଧରି ବସବାସ କରୁଥିଲେ। ଠାକୁର ଘର କୋଣରେ ଥିବା କ୍ଷୁଦ୍ର ଗାତ ମଧ୍ୟଦେଇ ସେମାନେ ଯାତାୟତ କରୁଥିଲେ। ପରିବାର ଲୋକେ ସାପକୁ ନିୟମିତ ଦେଖି ଆସୁଥିଲେ। ହେଲେ ଏହା ଗୋଟିଏ ସାପ ଭାବି ନାଗ ଦେବତାକୁ ଠାକୁର ଘରୁ ବାହାର କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ। କ୍ରମେ ମନରେ ଭୟ ସୃଷ୍ଟି ହେବାରୁ ଭଦ୍ରକ ସ୍ନେକ ହେଲପଲାଇନର ଶେଖ ମିର୍ଜ୍ଜାଙ୍କୁ ସୂଚନା ଦେଇଥିଲେ। ମିର୍ଜ୍ଜା ଟିଣବାକ୍ସ ମଧ୍ୟରୁ ଦୁଇଟି ନାଗସାପ ଉଦ୍ଧାର କରିଥିଲେ। ନାଗର ଲମ୍ବ ୫ ଫୁଟ ଓ ନାଗୁଣୀର ଲମ୍ବ ୪.୫ଫୁଟ ଅଟେ। ପରସ୍ପର ସାଥି ହୋଇ ରହୁଥିବା ଏହି ସାପଦ୍ୱୟଙ୍କୁ ଔପଦା ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.