Home ଜିଲ୍ଲା ପରିକ୍ରମା ଭଜନ ସିଡି “ମହାଦୀପ” ଉନ୍ମୋଚିତ

ଭଜନ ସିଡି “ମହାଦୀପ” ଉନ୍ମୋଚିତ

238

ଯାଜପୁର୧୫ା୨(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ପୀଠ ପରିସରରେ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପ୍ରାୟୋଜିତ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ରଚିତ ଭଜନ କ୍ୟାସେଟ “ମହାଦୀପ” ଉନ୍ମୋଚିତ ହୋଇଛି । ଏହି ଅବସରରେ ଆୟୋଜିତ ଉନ୍ମୋଚନ ସଭା ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଗୁରୁଜି ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଥିଲା ।

 

ସମ୍ପାଦକ ଶରତ ଚନ୍ଦ୍ର ଧଳ ସିଡି ପ୍ରସ୍ତୁତିର ବିବରଣୀ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଶ୍ରୀ ଦାସଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ, କଣ୍ଠଶିଳ୍ପୀ ଅମରେଶ ମିଶ୍ର, ସଂଯୋଜକ ଦୀପକ କୁମାର ପ୍ରମୁଖ ଯୋଗଦେଇଥିବା ବେଳେ କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସମେତ ଅତିଥି ମାନଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ ମନ୍ଦିର ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଶେଷରେ ମହାଦୀପ ସିଡି ବଜାଯାଇ ସମସ୍ତଙ୍କୁ ଶୁଣାଯାଇଥିଲା । କମିଟିର ଉପସଭାପତି ବିଷ୍ଣୁ ଚରଣ ଧଳ, ସହସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ପ୍ରତାପ ଧଳ, ଦୈତାରୀ ଧଳ, ଦିଲ୍ଲୀପ ଧଳ, ଭଗବାନ ସାହୁ, ବୃନ୍ଦାବନ ସାହ. ମୋହନ ଧଳ, ନିକୁଂଜ ବିହାରୀ ସାହୁ, ବାସୁଦେବ ପରିଡା, ଆନ୍ଦ ପାଳ, ରମେଶ ସାହୁ, ଦାମୋଦର ଧଳ, ବିଷ୍ଣୁ ଚରଣ ଧଳ, ଗଦାଧର ଧଳ, ମାନସ ରଂଜନ ଧଳ, ଭବ ରଂଜନ ଧଳ, ଅକ୍ଷୟ ଧଳ, ରାଜ କିଶୋର ମଲ୍ଲିକ, ଅନିରୁଦ୍ଧ ସେଠୀ, ସନ୍ତୋଷ ଧ.ବନମାଳୀ ଧଳ, ନାଣ୍ଡୁ ମଳିକ, ପ୍ରଶାନ୍ତ ସାହୁ, ମଦନ ମୋହନ ମାଝୀ, କୃଷ୍ଣ ଚନ୍ଦ୍ର ପାଳ, ଅଶୋକ ସାହୁ, ।ଙ୍ର୍କେଣ ପରିଡା, ନିରଂଜନ ପାଣିଗ୍ରାହୀ, ସଦାନନ୍ଦ ସାମଲ, ନିତ୍ୟାନନ୍ଦ ପରିଡା ଓ ଶିଶୁ ମନ୍ଦିରର ଗୁରୁଜି/ଗୁରୁମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.