Home ଜିଲ୍ଲା ପରିକ୍ରମା ପୁଲୱାମା ଶହୀଦଙ୍କୁ ଆମେ ବିପଦରେ ସାଥି ତରଫରୁ ଶ୍ରଦ୍ଧାଂଜଳୀ ଅର୍ପଣ

ପୁଲୱାମା ଶହୀଦଙ୍କୁ ଆମେ ବିପଦରେ ସାଥି ତରଫରୁ ଶ୍ରଦ୍ଧାଂଜଳୀ ଅର୍ପଣ

200

ଯାଜପୁର୧୫ା୨(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ୨୦୧୯ ଫେବୃଆରୀ ୧୪ ତାରିଖ ଦିନ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଶହୀଦ ହୋଇଥିବା ଭାରତର ୪୦ ଜଣ ଜବାନଙ୍କୁ ପାଣିକୋଇଲିର ଅଗ୍ରଣୀ ଯୁବ ସଙ୍ଗଠନ “ଆମେ ବିପଦରେ ସାଥି” ତରଫରୁ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଥିଲା ।

 

ଏଥି ନିମନ୍ତେ ସ୍ଥାନୀୟ ମା ତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକସଭାର ଆୟୋଜନ କରାଯାଇ ଶହୀଦ ମାନଙ୍କ ଅମର ଆତ୍ମାର ସଦଗତି ଲାଭ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମନ୍ଦିରରୁ ବାହାରି ବଜାର ପରିକ୍ରମା କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଣିକୋଇଲି ଶାଖାର ପରିଚାଳକ ନିହାର ରଂଜନ ଦାଶ, ମା ତାରିଣୀ ମନ୍ଦିରର ପୁଜକ ସୁର୍ଯ୍ୟମଣୀ ପଣ୍ଡା, ଆମେ ବିପଦରେ ସାଥିର ଉପଦେଷ୍ଟା ମନମୋହନ ବାରିକ, ତାରିଣୀ କୁମାର ପଟ୍ଟନାୟକ, ସଦସ୍ୟ ସୁଧାଶଙ୍କର ବିଶ୍ୱାଳ, ଦିପ୍ତୀ ରଂଜନ ବେହେରା, ରାକେଶ ରଂଜନ ପଣ୍ଡା, ମନୋଜ ବେହେରା, ଶିବାନନ୍ଦ ବେହେରା, ଧନୁଷ ଦଳେଇ, ତନ୍ମୟ ପଣ୍ଡା, ରଂଜନ ଜେନା, ଦିଲ୍ଲିପ ବେହେରା, ପରିତୋଷ ବେହେରା, ବିକାଶ ପ୍ରଧାନ ଓ ସ୍ଥାନୀୟ ବଜାରର ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ସେହିପରି ପଥରପଦା ଯୁବକ ମାନଙ୍କ ପକ୍ଷରୁ ମଦମମୋହନ ଜୀଉ ମନ୍ଦିର ପରିସରରେ ଏକ ସ୍ମୃତି ସଭା ସହ ମହମବତୀ ଶୋଭଯାତ୍ରା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.