Home ଜିଲ୍ଲା ପରିକ୍ରମା ଭଙ୍ଗାଘରେ ଚାଲିଛି ଦୋବଲ ସେବାସମବାୟ ସମିତିି, ଜରାଜୀର୍ଣ୍ଣ ଅବସ୍ଥାରେ ଗୋଦାମଘର

ଭଙ୍ଗାଘରେ ଚାଲିଛି ଦୋବଲ ସେବାସମବାୟ ସମିତିି, ଜରାଜୀର୍ଣ୍ଣ ଅବସ୍ଥାରେ ଗୋଦାମଘର

43

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଚାଷୀ ମାନଙ୍କୁ ଥଇଥାନ ଓ ସେମାନଙ୍କୁ ବିଭିନ୍ନ ଋଣ ଯୋଗାଇ ଦେବାପାଇଁ ସେବାସମବାୟ ସମିତି ମାନ ଗଠନ କରାଯାଇଛି । ହେଲେ ସରକାରଙ୍କର ଏହି ସମିତି ଘର ଅନେକ ଜାଗାରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଏମିତି ଏକ ସମିତି ଦୋବଲ ସେବା ସମବାୟ ସମିତି । ଏହା ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା । ଏହା ପୁରାତନ ସେବାସମବାୟ ସମିତି, ହେଲେ ଏହି ଘରଟି ଏପରି ଜରାଜିର୍ଣ୍ଣ ଅବସ୍ଥାରେ ରହିଛି ଯାହାକି ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏପରି ବିପଦ ସଂକୁଳ ଅବସ୍ଥାରେ ଘରଟି ରହିଛି । ଦିନରେ ଖରା ଓ ରାତିରେ ତାରା ଦେଖାଯାଉଛି । ସାମାନ୍ୟ ବର୍ଷାରେ ସମିତିର ଘରସାରା ବର୍ଷା ଜଳରେ ଲହଡ଼ିମାରେ । ବନ୍ୟା ଆସିଲେ କାଗଜପତ୍ର ସବୁ ଅନ୍ୟ ଘରକୁ ଉଠାଯାଏ । ସୂଚନାଥାଉକି ଦୋବଲ ସେବାସମବାୟ ସମିତି ଅଧିନରେ ଖଡ଼ିପଦା, ଆନନ୍ଦପୁର, ମୁସ୍ତଫାପୁର ପଂଚାୟତର ସମସ୍ତ ଚାଷୀଙ୍କ ସମେତ ଦୋବଲ, ସୋହଡ଼ା ଓ କରାଦା ପଂଚାୟତର ଆଂଶିକ ଚାଷୀମାନେ ଏହି ସମିତିି ଉପରେ ନିର୍ଭର କରିଥାନ୍ତି । ପ୍ରାୟ ୧୬ଟି ରାଜସ୍ୱ ଗ୍ରାମର ୨ହଜାର ଚାଷୀ ସେମାନଙ୍କର ବାର୍ଷିକ ୧୦ଲକ୍ଷଟଙ୍କା ଋଣ ଦେଣ ନେଣ କରିଥାନ୍ତି ।

ହେଲେ ଏହି ବିପଦ ସଂକୂଳ ସମିତିକୁ ଆସିବାକୁ ଚାଷୀମାନେ ଡ଼ରୁଛନ୍ତି । କେତେବେଳେ କେଉଁ ମୁହୁର୍ତ୍ତରେ ଘରଟି ଭାଙ୍ଗିପଡ଼ି ଚାଷୀ ଓ କର୍ମଚାରୀ ଆହତ ହେବେ ତାହା କହିହେବ ନାହିଁ । ଦୀର୍ଘଦନ ହେବ ଉକ୍ତ ଘର ନିର୍ମାଣ ପାଇଁ ଯୋଜନା ହେଉଥିଲେ ମଧ୍ୟ ସ୍ଥାନ ଅଭାବରୁ ଘର ନିର୍ମାଣ ହୋଇପାରୁନାହିଁ ସମିତିର ସମ୍ପାଦକ ଓ କେତେକ ଆଗୁଆ ଚାଷୀ ଭଦ୍ରକ ଜିଲ୍ଳାପାଳ ଓ ଉପଜିଲ୍ଳାପାଳଙ୍କ ଘରପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜିଯାଏ କୌଣସି ପଦକ୍ଷେପ ନିଆଗଲା ନାହିଁ ବୋଲି ସମିତିର ସମ୍ପାଦକ ବିଦ୍ୟାଧର ପଣ୍ଡା ପ୍ରକାଶ କରିଥିଲେ । ସୂଚନା ଥାଉକି ଉକ୍ତ ସେବାସମବାୟ ସମିତିର ସ୍ଥାୟୀ ଗୋଦାମ ଘର ନଥିବାରୁ ଚାଷୀଙ୍କ ସାର ମଧ୍ୟ ଅନ୍ୟ ସେବା ସମବାୟ ସମିତିରେ ରହିଥିବାର ଦେଖିବାକୁ ମିଳିଥିଲା । ଯାହାକି ନିକଟରେ ଏହି ସାରକୁ ନେଇ ଭଗବାନପୁର ସେବା ସମବାୟ ସମିତିରେ ଚାଷୀ ଆନ୍ଦୋଳନ ମଧ୍ୟ କରାଯାଇଥିଲା । କାରଣ ସାରର ଅଭାବି ସାଂଗକୁ ଦୋବଲ ସେବା ସମବାୟ ସମିତିରେ ଗୋଦାମ ଘର ନଥିବାରୁ ଦୋବଲ ସାର ଭଗବାନପୁର ସ୍ଥିତ ଜଗନ୍ନାଥ ସେବା ସମବାୟ ସମିତିରେ ଉକ୍ତ ସାର ରହିଥିଲା । କାରଣ ଦୋବଲରେ ଗୋଦାମଘର ରହିଛି ତାହା ସମ୍ପୁର୍ଣ୍ଣ ଅସୁରକ୍ଷିତ ତଥା ଭଗ୍ନ ଅବସ୍ଥାରେ ରହିଥିବାରୁ ଉକ୍ତ ସମିତିର ସାର ଅନ୍ୟ ସମିତିରେ ରଖିବାପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି । ତେବେ ରାଜ୍ୟ ସରକାର ପ୍ରତ୍ୟେକ ସେବା ସମବାୟ ସମିତିକୁ ଉନ୍ନତୀ କରଣ କରିବା ସହିତ ଗୋଦାମ ଗୃହ ଯୋଗାଇ ଦେଉଥିବାବେଳେ ଦୋବଲ ସେବା ସମବାୟ ସମିତିକୁ ଗୃହ ଓ ଗୋଦାମ ଘର ଯୋଗାଇ ଦିଆଯାଉନଥିବାରୁ ଉକ୍ତ ଅଂଚଳର ଚାଷୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ଏଠାରେ ଗୋଦାମ ଗୃହ ଓ ସେବାସମବାୟ ସମିତି କାର୍ଯ୍ୟାଳୟ ନିର୍ମାଣ କରାନଗଲେ ଚାଷୀ ମାନଙ୍କ ମଧ୍ୟରେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ମଧ୍ୟ ଚେତାବନି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.