Home ଜିଲ୍ଲା ପରିକ୍ରମା ବାରିକପୁର- ଅସୁରାଳି ରାସ୍ତା ଏବେ ମରଣ ଯନ୍ତା, ମରାମତି ନାଁ ଧରୁନି ବିଭାଗୀୟ ଅଧିକାରୀ, ତିନି...

ବାରିକପୁର- ଅସୁରାଳି ରାସ୍ତା ଏବେ ମରଣ ଯନ୍ତା, ମରାମତି ନାଁ ଧରୁନି ବିଭାଗୀୟ ଅଧିକାରୀ, ତିନି ବର୍ଷଭିତରେ ତିନିଥର ମରାମତି, ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌

51

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଠାରୁ ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ପ୍ରତିଷ୍ଠା ସାଂଗକୁ ରାସ୍ତାଘାଟ ନିର୍ମାଣ କରିବାପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ହେଲେ ରାସ୍ତା ନିର୍ମାଣ କିଛିବର୍ଷ ପରେ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି । ଏମିତି ଏକ ରାସ୍ତାର ଅବସ୍ଥା ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଭଦ୍ରକ ଜିଲ୍ଳା ଧାମନଗର ବ୍ଲକର ଏହି ରାସ୍ତା । ବାରିକପୁର- ଅସୁରାଳି ଭାୟା ଗୋବିନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାଟି ପ୍ରାୟ ୧୦କିଲୋମିଟର ହେବ ୧୦ବର୍ଷ ପୂର୍ବେ ଉକ୍ତ ରାସ୍ତାନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା । ଉକ୍ତ ରାସ୍ତାଦେଇ ଦୈନିକ ହଜାର ହଜାର ଜନସାଧାରଣ ଓ ଗାଡ଼ିମୋଟର ଜାତାୟତ କରିଥାଏ । ବିଶେଷ କରି ଏହିରାସ୍ତା ୧୬ନମ୍ବର ଜାତୀୟ ରାଜପଥ ଠାରୁ ପ୍ରସିଦ୍ଧ ଶୈବପୀଠ ଆରଡ଼ିକୁ ମଧ୍ୟ ଏହି ରାସ୍ତାଦେଇ ଜାତାୟତ କରାଯାଇଥାଏ । କୋମଳମତୀ ଛାତ୍ର ଛାତ୍ରୀ ସହିତ ମହାବିଦ୍ୟାଳୟକୁ ମଧ୍ୟ ଛାତ୍ର ଛାତ୍ରୀମାନେ ଜାଇଥାଆନ୍ତି । କିନ୍ତୁ ଏହି ରାସ୍ତା ଏବେ ଏତେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଯେ ଯାତାୟତ ସମ୍ପୁର୍ଣ୍ଣଭାବରେ ଅନୁପଯୁକ୍ତ ହୋଇପଡ଼ିଛି । ତିନିବର୍ଷ ଭିତରେ ପ୍ରାୟ ୩ଥର ଉକ୍ତ ରାସ୍ତା ମରାମତି ଆଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ମରାମତି ଅର୍ଥ ହରିଲୁଟ କରିବା ଦ୍ୱାରା ରାସ୍ତାର ମରାମତି କାର୍ଯ୍ୟ ନିମ୍ନମାନର ହୋଇଛି ।

ଉକ୍ତ ରାସ୍ତାର ବାରିକପୁର, ଗୁଣୁପୁର, ନାରାୟଣପୁର ଓ ଗୋବିନ୍ଦପୁର ଆଦି ସ୍ଥାନମାନଙ୍କରେ ଆଣ୍ଠୁଏ ଲେଖାଏଁ ଗାଢ ସୃଷ୍ଟି ହେବାସହିତ ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବାରୁ ବଡ଼ ବଡ଼ ବୋଲଡ଼ର ଉଠି ପଡ଼ିଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାରେ ଲୋକମାନେ ଆହତ ହେଉଛନ୍ତି । ସାମାନ୍ୟ ବର୍ଷାରେ ରାସ୍ତାରେ ବିଭିନ୍ନ ଖାଲ ଖମାରେ ବର୍ଷାପାଣି ଭର୍ତ୍ତି ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି । ଏନେଇ ବାରମ୍ବାର ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ ସାଜିଛନ୍ତି । ସ୍ତାନୀୟ ରାଜନୈତିକ ନେତା ମଧ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ହାତବାରିସ ସାଜି କୌଣସି ଅଭିଯୋଗ ନକରି ଚୁପ୍ ବସିଯାଉଛନ୍ତି । ଫଳରେ ସ୍ଥାନୀୟ ଜନସାଧାରଣ ଓ ଦୂର ଦୂରାନ୍ତ ଲୋକମାନେ ଏହି ରାସ୍ତାଦେଇ ଯାଉଥିବାବେଳେ ଦୁର୍ଘଟଣାରେ ସୀକାର ହେଉଛନ୍ତି । ନଜରରେ ପଡ଼ୁନି ବିଭାଗୀୟ ଅଧିକାରୀ ଓ ରାଜନୈତିକ ନେତାମାନଙ୍କର । ଆଗାମୀ ଦିନରେ ଉକ୍ତ ରାସ୍ତା ମରାମତି କରାନଗଲେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.