Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସୂଚନା କର୍ମୀ କର୍ମଶାଳା

ଜିଲ୍ଲାସ୍ତରୀୟ ସୂଚନା କର୍ମୀ କର୍ମଶାଳା

67

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର ଭଦ୍ରକ ଜିଲ୍ଲା ଶାଖା ତରଫରୁ ଭଦ୍ରକ ଜିଲ୍ଲାର ସମସ୍ତ ସୂଚନା କର୍ମୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ପ୍ରଜାପିତା କଲ୍ୟାଣ ମଣ୍ଡପ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରକାଶ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ,ରାଜ୍ୟ ସଂଯୋଜକ ଓଡ଼ିଶା ବାର କାଉନସିଲ ଏଡ଼ଭୋକେଟ ସୁଧିର ମହାନ୍ତି ଯୋଗ ଦେଇଥିଲେ । ସାରା ରାଜ୍ୟରେ ସୂଚନା କର୍ମୀଙ୍କ ଉପରେ ହେଉଥିବା ମିଥ୍ୟା ମୋକଦମା ଓ ବର୍ବରୋଚିତ ଆକ୍ରମଣ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଆବାହକ ପ୍ରଦୀପ ପ୍ରଧାନ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ଆରଟିଆଇ ତରଫରୁ ଏକ ରଥ ବାହାର କରାଯାଇ ଉକ୍ତ ଆଇନ ବିଷୟରେ ସାଧାରଣ ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆସନ୍ତା ତ୍ରିସ୍ତରୀୟ ପଂଚାୟତ ଓ ପୈାର ନିର୍ବାଚନରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସର୍ବୋପରି ଦୁର୍ନୀତି ଓ ଅନୀତି ବିରୁଦ୍ଧରେ ଆରଟିଆଇକୁ ଏକ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା ସଂଯୋଜକ ବିପ୍ଳବ ହୋତା, ସଂପାଦକ ବିକାଶ ଧଳ, ସଭ୍ୟ ଅଶୋକ ସାହୁ, ସୁଶାନ୍ତ ଘଡ଼େଇ, ପୂର୍ଣ୍ଣ ସାମଲ, ଶଶି ଜେନାଙ୍କ ସମେତ ଧାମନଗର ବ୍ଲକ ସଭାପତି ରବିନ୍ଦ୍ର ଦାସ, ତିହିଡ଼ି ସଭାପତି ନିର୍ମଳ ସେନାପତି, ବନ୍ତ ବ୍ଲକ ଆବାହକ ବସନ୍ତ ବିଶ୍ୱାଳ,ସଭ୍ୟ ପ୍ରେମାନନ୍ଦ ଜେନା, ପ୍ରଫୁଲ୍ଲ ପାଢୀ, ବାସୁଦେବପୁର ଆବାହନ ପଂଚାନନ ବେହେରା, ଜିତେନ୍ଦ୍ର ଜେନା, ବସନ୍ତ ନାୟକ, ନରେନ୍ଦ୍ର ସାହୁ, ଗଣେଶ ମଲ୍ଲିକଙ୍କ ସମେତ ଅନ୍ୟ ସୂଚନା କର୍ମୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.