Home ଜିଲ୍ଲା ପରିକ୍ରମା ଭଗାରାମବାସୀଙ୍କ ଦୁଃଖ ବର୍ଷା : ଗମନାଗମନ, ଶିକ୍ଷା ଓ ଚାଷ କ୍ଷେତ୍ରରେ ବାଧକ ସାଜୁଛି ବର୍ଷାଜଳ

ଭଗାରାମବାସୀଙ୍କ ଦୁଃଖ ବର୍ଷା : ଗମନାଗମନ, ଶିକ୍ଷା ଓ ଚାଷ କ୍ଷେତ୍ରରେ ବାଧକ ସାଜୁଛି ବର୍ଷାଜଳ

68

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷା ଆସିଲେ ଦୁଃଖ ବଢିଯାଇଥାଏ ଗ୍ରାମବାସୀଙ୍କ ପାଇଁ । ବର୍ଷା ପାଣି ଚାଷ, ଶିକ୍ଷା ଓ ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବାଧକ ସାଜିଥାଏ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ୍ କାଦବରାଙ୍ଗ ପଂଚାୟତ ୩ନଂ ୱାର୍ଡ ଅନ୍ତର୍ଗତ ଭଗାରାମ ଗ୍ରାମଠାରେ । ସୂଚନା ଅନୁଯାୟୀ ବାରିକ ସାହି, ବଡସାହି, ଜେନା ସାହି, ଦାସ ସାହି,ଗୁଦୁଡି ସାହି, ବଡପୋଖରୀ ଓ ମହୁରୀ ସାହିକୁ ନେଇ ଭଗାରାମ ଗ୍ରାମ ଗଠିତ । ଯାହାର ଲୋକସଂଖ୍ୟା ପାଖାପାଖି ୧୦୦୦ ହୋଇଥିବାବେଳେ ଭୋଟର ସଂଖ୍ୟା ପାଖାପାଖି ୭୦୦ । କିନ୍ତୁ ସରକାରଙ୍କ ଦୂରଦୃଷ୍ଟିରୁ ଅଭାବ ଯୋଗୁଁ ଉକ୍ତ ଗ୍ରାମରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ଷୠତୁ ଆସିଲେ ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଥାଏ । ସେମାନଙ୍କ ଅଭିଯୋଗ ଅନୁଯାୟୀ ସରକାର ଗମନାଗମନ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାଦବରାଙ୍ଗ ପଂଚାୟତ ସ୍ଥିତ ବାଙ୍କତିରା ଆରଡି ରାସ୍ତା ଠାରୁ ଆପ୍ତିରା ଷଡଙ୍ଗୀ ପର୍ଯ୍ୟନ୍ତ ସାଢେ ୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୬୮.୬୪ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଏହା ତା ୦୧.୦୨.୧୩ ରିଖରେ ଆରମ୍ଭ ହୋଇ ତା ୧୮.୦୪.୧୪ ରିଖରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ । ମାତ୍ର ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଅବଧି ଶେଷ ହେବାର ୩ ବର୍ଷ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । କାର୍ଯ୍ୟ ସରୁ ସରୁ କଂକ୍ରିଟ୍ ହୋଇଥିବା ପିଚୁରାସ୍ତା ପାଶ୍ୱର୍ ଗୁଡିକ ଦବି ଯାଇଥିଲା ।

 

ଏବଂ ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ପାଇଁ କୌଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏହି ଗ୍ରାମ ଦେଇ ମୁଣ୍ଡଳୀ, ରଇଁତରା ଓ ନୂଆପୋଖରୀ ଗ୍ରାମର ଜଳ ପ୍ରଭାବିତ ହେଉଥିଲେ ସୁଦ୍ଧା ଏହା ନିଷ୍କାସନ ନହୋଇପାରି ଜମି ରହୁଛି ଏବଂ ପୂର୍ବରୁ ର୍ନିମିତ କେନାଲ ମୁଣ୍ଡଳୀ ମାଇନରରୁ ବାଙ୍କତିରା ମାଇନରକୁ ସଂଯୋଗ କରୁଥିଲେ ସୁଦ୍ଧା ଜଗନ୍ନାଥପୁର ଗ୍ରାମ ଠାରେ ଥିବା କାଡା ନାଳକୁ ବନ୍ଦ କରି ଦିଆଯାଇଥିବାରୁ ବର୍ଷା ହେଲେ ଏହି ଜଳ ନିଷ୍କାସନ ହୋଇ ନପାରି ଭଗାରାମ ଗ୍ରାମର ବାରିକ ସାହିର ୧୦/୧୨ ପରିବାରଙ୍କ ସମେତ ହରିଜନ ସାହିର କିଛି ପରିବାର ପାଣି ଘେରରେ ରହିଯାଇଥାନ୍ତି । ଉକ୍ତ ଗ୍ରାମର ଗୋଟିଏ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରେ ବର୍ଷା ଜଳ ପଶିଯାଇଥାଏ । ଯଦ୍ୱାରା ଶିକ୍ଷା କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି ହୋଇଥାଏ । ଏବଂ ପାଣି ପଶିଯିବା ଦ୍ୱାରା ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ସେହିପରି ଜଳ ନିଷ୍କାସନ ହୋଇ ପାରୁନଥିବାରୁ ପାଖାପାଖି ୫୦ ଏକର ଚାଷ ଉପଯୋଗୀ ଜମିରେ ଚାଷ କାର୍ଯ୍ୟ ହୋଇପାରୁନଥିବା ଜଣାପଡିଛି । ପ୍ରତିବର୍ଷ ଗ୍ରାମବାସୀଙ୍କ ଦ୍ୱାରା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଅଦ୍ୟାବଧି କିଛି ସୁଫଳ ମିଳିପାରୁନଥିବା ଜଣାପଡୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.