Home ଜିଲ୍ଲା ପରିକ୍ରମା ଚିକିତ୍ସା ଅବହେଳାରୁ ବାଳିକା ମୃତ୍ୟୁ ଅଭିଯୋଗ ଆଣିଲେ ମାମୁଁ

ଚିକିତ୍ସା ଅବହେଳାରୁ ବାଳିକା ମୃତ୍ୟୁ ଅଭିଯୋଗ ଆଣିଲେ ମାମୁଁ

82

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିକିତ୍ସା ଅବହେଳାରୁ ଭାଣିଜୀର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆଣିଛନ୍ତି ମାମୁଁ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁରରେ । ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ୍‌ର ପଢୁଆଁ ଗ୍ରାମର ମନୋରଂଜନ ଦାସଙ୍କ ଝିଅ ଲିପିପୁଷ୍ପା ଦାସ । ସେ ତାଙ୍କ ମାମୁଁ ଘର ବାସୁଦେବପୁର ପୌରପାଳିକା ପାରା ଗ୍ରାମର ମାନସ କୁମାର ନାୟକଙ୍କ ଘରେ ରହି ଆସୁଥିଲେ । କୌଣସି କାରଣ ବଶତଃ ଲିପିପୁଷ୍ପାଙ୍କୁ ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ରାତିରୁ ଡାକ୍ତର ଅମରେନ୍ଦ୍ର ଜେନା ଚିକିତ୍ସା କରୁଥିଲେ । ହେଲେ ଆଜି ସକାଳ ୭ ଟା ସମୟରେ ଲିପିପୁଷ୍ପାଙ୍କୁ ଘରକୁ ନେଇଯିବାକୁ ଡାକ୍ତର ଅମରେନ୍ଦ୍ର ଜେନା କହିଥିଲେ ଓ ଔଷଧ ମଧ୍ୟ ଲେଖି ଦେଇଥିଲେ । ପରିବାର ଲୋକ ଲିପିପୁଷ୍ପାକୁ ମାମୁଁ ଘରକୁ ନେଇଯାଇଥିଲେ । ପରବର୍ତ୍ତୀ ସମୟରେ ଲିପିପୁଷ୍ପାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମାମୁଁ ଘର ପକ୍ଷରୁ ପୁଣି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ହେଉଥିବାବେଳେ ମୃତ୍ୟୁ ଘଟିଥିଲା । ଏହିପରି ଅଭିଯୋଗ ଆଣିଛନ୍ତି ଲିପିପୁଷ୍ପାଙ୍କ ମାମୁଁ ମାନସ କୁମାର ନାୟକ । ଏ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ମାମୁଁ । ଅପରପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସୁଶାନ୍ତ ସାମନ୍ତ । ଏହି ଘଟଣା ପରେ ଡାକ୍ତରଖାନା ମଧ୍ୟରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ପୁଲିସ୍ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.