Home କେନ୍ଦୁଝର ଭଗାମୁଣ୍ଡା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା, ନାହିଁ ନଥିବା ଅସୁବିଧାରେ ଜନସାଧାରଣ

ଭଗାମୁଣ୍ଡା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା, ନାହିଁ ନଥିବା ଅସୁବିଧାରେ ଜନସାଧାରଣ

60

ହରିଚନ୍ଦନପୁର,ତା ୨୫ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅନ୍ତର୍ଗତ ଭଗାମୁଣ୍ଡା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା, ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ‌। ଆଜି ଉକ୍ତ କାର୍ଯ୍ୟାଳୟରେ ଅଧିକାରୀ ସମେତ କୋୖଣସି କର୍ମଚାରୀ ନଥିବା କାରଣରୁ ଦିନ ତମାମ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭିନ୍ନ କାର୍ଯ୍ୟରେ ଦୂରଦୁରାନ୍ତରୁ ଆସିଥିବା ଅନେକ ଆଦିବାସୀ ଲୋକ ଘଣ୍ଟାଘଣ୍ଟା ଅପେକ୍ଷା ପରେ ନିରାଶ ହୋଇ ଘରକୁ ଫେରିଛନ୍ତି । ଖବର ଅନୁଯାୟୀ ପୂର୍ବରୁ ମଧ୍ୟ ଅନେକ ସମୟରେ କର୍ମଚାରୀ ନଥିବା କାରଣରୁ ଏହି କାର୍ଯ୍ୟାଳୟରେ ତାଲା ପଡୁଥିବା କାରଣରୁ ଅନେକ ଲୋକ ଅପେକ୍ଷା କରି ନିରାଶ ହୋଇ ଘରକୁ ଫେରିଥିବା ନଜିର ରହିଛି । ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ନେଇ ବାରମ୍ବାର ଏହିଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଅନେକ ଆଦିବାସୀ ଶ୍ରେଣୀର ଲୋକ ନିଜର ଛୋଟ ବଡ଼ କାର୍ଯ୍ୟ ନେଇ ଏଠାକୁ ଦୋୖଡି ଦୋୖଡି ନିରାଶ ହୋଇ ଘରକୁ ଫେରୁଛନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଏଠାରେ ଆବଶ୍ୟକୀୟ କର୍ମଚାରୀ ନିୟୋଜିତ କରିବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.