Home କେନ୍ଦୁଝର ବଢ଼ିଚାଲିଛି ଜଂଗଲ ନିଆଁ, କାମ ଦେଉନି ସଚେତନତା, ନିଆଁ ଲଗାଳୀଙ୍କ ସମ୍ପର୍କରେ ସୁଚନା ଦେଲେ ପୁରସ୍କାର...

ବଢ଼ିଚାଲିଛି ଜଂଗଲ ନିଆଁ, କାମ ଦେଉନି ସଚେତନତା, ନିଆଁ ଲଗାଳୀଙ୍କ ସମ୍ପର୍କରେ ସୁଚନା ଦେଲେ ପୁରସ୍କାର ଦେବ ଜଂଗଲ ବିଭାଗ

46

ହାଟଡ଼ିହି, ୪ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହଦଗଡ ଅଭୟାରଣ୍ୟ ଜଂଗଲରେ ନିଆଁ ବ୍ୟାପିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ଏହାକୁ ରୋକିପାଇଁ ବ୍ୟାପକ ପଦକ୍ଷେପ ନିଆଯଯାଇଥିଲେ ମଧ୍ୟ ନିଆଁକୁ ରୋକିବାରେ ସକ୍ଷମ ହୋଇପାରୁନି । କିଛି ଦୁର୍ବୁତ ନିୟମିତ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଉଥିବାରୁ ଜଂଗଲରେ ବ୍ୟାପକ କ୍ଷୟକ୍ଷତି ହେଉଛି । ଦୀର୍ଘମାସ ହେବ ବର୍ଷା ନଥିବାରୁ ଜଂଗଲରେ ଅଳ୍ପ ସମୟ ମଧ୍ୟରେ ବ୍ୟାପକ ଅଞ୍ଚଳକୁ ନିଆଁ ବ୍ୟାପି ଯାଉଛି । ଏପରିକି ଜଂଗଲରେ ନିଆଁ ଲଗାଉଥିବା ବ୍ୟକ୍ତି ସଂପର୍କରେ ସୁଚନା ଦେଲେ ୫ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ମଧ୍ୟ କରାଯାଇଛି । ଗତ କିଛିଦିନ ଧରି ହଦଗଡ ଜଂଗଲର ଦଲକି, ପିତାନାଉ, ଛେନାପଦି, ଅସିଆ, ଗଡଚଣ୍ଡୀ, ଜୁଣପସି, ସମେତ ବଉଳା ପାହାଡର ପାଦଦେଶରେ କେହି ନିଆଁ ଲଗାଇ ଦେଉଥିବାରୁ ଏହା ବ୍ୟାପକ ଆକାର ଧାରଣ କରି ଅନେକ ଅଞ୍ଚଳକୁ ବ୍ୟାପି ଯାଉଛି । ଯାହାଦ୍ୱାରାକି ଜଂଗଲର ଲଟାବୁଦା ସମେତ ଅନେକ ଗଛ ମଧ୍ୟ ପୋଡି ଯାଉଛି । ଏହି ନିଆଁ ଯୋଗୁଁ ବନ୍ୟଜନ୍ତୁ ମାନେ ଅସୁରକ୍ଷିତ ହୋଇ ପଡିଥିବାବେଳେ ପରିବେଶ ପ୍ରଦ୍ୟୁଷଣ ହେବାସହ ଉତ୍ତାପ ମଧ୍ୟ ବୃଦ୍ଧି ପାଉଛି । ଏଥିଯୋଗୁଁ ହଦଗଡ ବନବିଭାଗ ପକ୍ଷରୁ ଜଂଗଲ ପାଖ ଗାଁ ମାନଙ୍କରେ ଜନସଚେତନତା ସୃଷ୍ଟି କରିବା ସହ ଗାଁ ଗାଁରେ ବ୍ୟାନର ପୋଷ୍ଟର ଲଗାଯାଇଛି । ବନବିଭାଗ ପକ୍ଷରୁ ୮ଟି ସ୍କ୍ୱାର୍ଡ କରାଯାଇ ୪୦ଜଣ ନିଆଁ ଲିଭାଳିଙ୍କୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ତଥାପି କିଛି ଲୋକ ଜାଳକାଠ ସଂଗ୍ରହ ପାଇଁ ହେଉ କିମ୍ବା ଖଲିପତ୍ର ସଂଗ୍ରହ ପାଇଁ ଯାଉଥିବାବେଳେ ନିଆଁ ଲଗାଇ ଦେଉଛନ୍ତିବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କୁ ପଚାରିବାରେ ବର୍ଷା ନହେବା କାରଣରୁ ଗତବର୍ଷ ଠାରୁ ଚଳିତବର୍ଷ ଅଧିକ ନିଆଁ ଲାଗୁଥିବା କହିଛନ୍ତି । ଅନେକ ଜନସଚେତନତା ପରେ ମଧ୍ୟ କିଛି ଲୋକ ଏପରି ନିଆଁ ଲଗାଇ ଦେଉଛନ୍ତି । ଯଦି କେହି ଏହି ନିଆଁ ଲଗାଳୀଙ୍କ ସମ୍ପର୍କରେ ସୁଚନା ଦିଅନ୍ତି ସେମାନଙ୍କ ନାମ ଗୋପନ ରଖାଯିବା ସହ ସେମାନଙ୍କୁ ୫ହଜାର ଟଙ୍କାର ପୁରସ୍କାର ବ୍ୟବସ୍ଥା କରାଯାଇଥିବା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.