Home ଜିଲ୍ଲା ପରିକ୍ରମା ସ୍ତ୍ରୀର ଅଧିକାର ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା

ସ୍ତ୍ରୀର ଅଧିକାର ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା

205

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମୋ ସ୍ୱାମୀ ମୋ ମାଉସୀ ଝିଅକୁ ବିବାହ ଜାଲରେ ଛନ୍ଦି ଜେଲ୍ ଯାଇଥିଲେ । ଏବେ ପୁଣି ଏକ ସରକାରୀ ଚାକିରିଆ ଝିଅକୁ ପ୍ରେମଜାଲରେ ଫଶାଇ ସାଙ୍ଗରେ ରହୁଛନ୍ତି । ତେଣୁ ମୋତେ ନ୍ୟାୟ ଦରକାର ।’ ଏହିଭଳି ସ୍ତ୍ରୀର ଅଧିକାର ମାଗି ଭଦ୍ରକ ଜିଲା ଚାନ୍ଦବାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବିବାହିତ ମହିଳା । ସ୍ୱାମୀଙ୍କ ନାଁରେ ଦେଇଥିବା ଲିଖିତ ଅଭିଯୋଗ ମୂଳେ ୨୦୦୮ ମସିହାରେ ଦେବଶ୍ରୀ ମହାରଣା ତିହିଡି ଥାନା ନରେନ୍ଦ୍ରପୁର ଗ୍ରାମର ସତ୍ୟବ୍ରତ ସୂତାର ଓରଫ ଟୁବୁକୁ ବୈଦିକ ରୀତିରେ ବିବାହ କରିଥିଲେ । ପରେ ୨୦୧୧ ମସିହାରେ ନିଜର ପତ୍ନୀ ଓ ମାଉସୀ ଝିଅକୁ ସତ୍ୟବ୍ରତ ଦ୍ୱିତୀୟ ବିବାହ କରିଥିବାର ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ । ହେଲେ ପ୍ରଥମ ପତ୍ନୀ ଓ ତାଙ୍କର ମାଉସୀ ପୁଲିସ୍‌ରେ ଏ ବାବଦରେ କେଶ୍ କରିବା ପରେ ପୁଲିସ୍ ସତ୍ୟବ୍ରତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ସେ ଜେଲ୍‌ରୁ ମୁକୁଳିବା ପରେ ମହିଳା କମିଶନରଙ୍କ ଦ୍ୱାରା ପ୍ରଥମ ପତ୍ନୀ ଓ ତାଙ୍କର ସ୍ୱାମୀଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ଚରିତ୍ରରେ ପରିବର୍ତ୍ତନ ନଆସିବାରୁ ଉଭୟ ପତି-ପତ୍ନୀ ସତ୍ୟବ୍ରତ ଓ ପ୍ରଥମ ପତ୍ନୀ ଦେବଶ୍ରୀ ପୃଥକ୍ ରହୁଛନ୍ତି । ତେବେ ଏହି କିଛିମାସ ହେବ ଚାନ୍ଦବାଲି ବ୍ଲକ୍ କୃଷି ବିଭାଗରେ ଚାକିରୀ କରିଥିବା ଜନୈକା ଝିଅକୁ ନେଇ ସ୍ଥାନୀୟ ଖେରଙ୍ଗ ବଜାରରେ ଘରଭଡା ନେଇ ରହୁଛନ୍ତି ସତ୍ୟବ୍ରତ । ଦେବଶ୍ରୀ ଅଧିକ ଖବର ନେଇ ସତ୍ୟବ୍ରତ ଦୀର୍ଘଦିନ ହେଲା ସଂପୃକ୍ତ ମହିଳାଙ୍କ ସହ ରହୁଥିବାର ଜାଣିବାକୁ ପାଇଥିଲେ । ଏଥିସହ ସତ୍ୟବ୍ରତ ଏହିଭଳି ଭାବେ ଅନେକ ଝିଅଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଦେବଶ୍ରୀ । ତେବେ ଯେଉଁ ଭଡାଘରେ ଅନ୍ୟ ଏକ ଝିଅ ସହ ସତ୍ୟବ୍ରତ ଭଡାରେ ରହୁଛନ୍ତି, ସେଠାରୁ ଦେବଶ୍ରୀ ଯାଇ ତାଙ୍କୁ ବିରୋଧ କରିବାରୁ ସେ ଓ ତାଙ୍କ ପ୍ରେମିକା ତାଙ୍କୁ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଦେବଶ୍ରୀଙ୍କର ଏକ ୧୨ ବର୍ଷର ପୁତ୍ର ଥିବାବେଳେ ସେ ଦୀର୍ଘବର୍ଷ ହେବ ପୃଥକ୍ ରହୁଛନ୍ତି । ଥାନାରେ ଲିଖିତ ଅଭିଯୋଗ କଲାପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.