Home ଜିଲ୍ଲା ପରିକ୍ରମା ବ୍ୟାସକବିଙ୍କ ବଳିଷ୍ଠ ରଚନା ତାଙ୍କୁ ଚିରକାଳ ଅମର କରି ରଖିବ, ଦେବଭୂମୀ ଗବସାହି ଠାରେ ବିଷୁବ...

ବ୍ୟାସକବିଙ୍କ ବଳିଷ୍ଠ ରଚନା ତାଙ୍କୁ ଚିରକାଳ ଅମର କରି ରଖିବ, ଦେବଭୂମୀ ଗବସାହି ଠାରେ ବିଷୁବ ପରିଷଦର ୨୩ତମ ଉତ୍ସବ

14

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟାସକବି ଫକୀର ମୋହନ ସେନାପତି ଥିଲେ ବାସ୍ତବରେ ଓଡିଆ ଭାଷାର ଜନକ। ନିଜର ବଳିଷ୍ଠ ରଚନା ମାମୁଁ, ପ୍ରାୟଶ୍ଚିତ, ଛମାଣ ଆଠଗୁଣ୍ଠ, ରେବତୀ ଫକୀର ମୋହନଙ୍କୁ ଚିର କାଳ ଅମର କରି ରଖିବ ବୋଲି ଦେବଭୂମୀ ଗବସାହି ବିଷୁବ ପରିଷଦର ୨୩ ତମ ଆସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମତପ୍ରକାଶ କରିଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ଓ ବୁଦ୍ଧିଜୀବୀ ବ୍ୟାସକବିଙ୍କ ୧୮୦ ତମ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମୀ ସମ୍ମେଳନର ସଭାପତି ଅଜୟ ନାୟକ, ସମ୍ମାନିତ ଅତିଥି ଭାବେ ଡାକ୍ତର ଦୁର୍ଯ୍ୟୋଧନ ଦାସ, ମୁଖ୍ୟବକ୍ତା ଭାବେ ଡ. ଶଶଧର ଦାସ ଯୋଗଦେଇ ବ୍ୟାସକବିଙ୍କ ଓଡ଼ଆ ଭାଷାକୁ ଅବଦାନ ଓ ଓଡିଆ ପ୍ରୀତି ଉପରେ ବକ୍ତବ୍ୟ ରଖିଥିଲେ। ପ୍ରଥମ ଅଧିବେଶନରେ ଏକ କବିତା ପାଠୋତ୍ସବ କାଦମ୍ବିନୀ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ସୁରଜଂନ ମିଶ୍ର, ବୈକୁଣ୍ଠ ବିଶ୍ୱାଳ, ରମେଶ ଦାସ, ଅନୁପ ନାୟକ, ରମେଶ ସ୍ୱାଇଁ, ଅନାଦି ଚରଣ ପାଣିଗ୍ରାହୀ, ଋତୁରାଜ, ଅକ୍ଷୟ ଜେନା, ବିପ୍ଳବ ହୋତା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କବିମାନଙ୍କ କବିତାଗୁଡ଼ିକୂ ନିହାର ରଂଜନ କର, ଚର୍ଚ୍ଚିକା ମହାପାତ୍ର, ରୂପକ ରାୟ, ଆନନ୍ଦ ଦାସ ପ୍ରମୁଖ ସମୀକ୍ଷା କରିଥିଲେ। ପରିଷଦର ସମ୍ପାଦକ କବି ମୁକ୍ତିକାନ୍ତ ମଲ୍ଲିକ ସଂପାଦକୀୟ ବିବରଣୀ ରଖିଥିବାବେଳେ, ପରିଷଦର ସ୍ଥାୟୀ ସଭାପତି ଗୋପାଳ କୃଷ୍ଣ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ରାଧା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜେଶ ଦାସ, ନେପାଳ ଚରଣ ଦାସ, ଋଶିଶୃଙ୍ଗ୍ୟ ନାୟକ, ରଂଜିତ କୁମାର ପାଢ଼ୀ, ତ୍ରିଲୋଚନ ଦାସ, ରଶ୍ମୀରଂଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.