Home ଜିଲ୍ଲା ପରିକ୍ରମା ଓଡିଶାର ବିରଳ କଳା ଭାସ୍କର୍ଯ୍ୟର ସୁରକ୍ଷା ଲୋଡ଼ା, ଭଦ୍ରକ ସାସ୍କୃତିକ ମହୋତ୍ସବର ୧୧ତମ ସଂଧ୍ୟା

ଓଡିଶାର ବିରଳ କଳା ଭାସ୍କର୍ଯ୍ୟର ସୁରକ୍ଷା ଲୋଡ଼ା, ଭଦ୍ରକ ସାସ୍କୃତିକ ମହୋତ୍ସବର ୧୧ତମ ସଂଧ୍ୟା

48

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର କଳା ଓ ଭାସ୍କର୍ଯ୍ୟ ବିଶ୍ୱରେ ବିରଳ। କିନ୍ତୁ କ୍ରମଶଃ ବହୁ ବିରଳ କଳାକୃତୀ ବିଲୁପ୍ତ ହେବାରେ ଲାଗିଛି। ଏହି କଳାକୃତୀକୁ ବଞ୍ଚାଇ ରଖିବା ପାଇଁ ବହୁ ଚିତ୍ରଶିଳ୍ପୀ ଉଦ୍ୟମ ଜାରୀ ରଖିଛନ୍ତି। ସରକାର ଏପରି କଳାକୃତୀର ରକ୍ଷଣାବେକ୍ଷଣ କରିବା ସହ ଚିତ୍ର ଓ ମୃଣ୍ମୟୀ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବା ଉଚିତ ବୋଲି ଐତିହାସିକ ଗାନ୍ଦୀ ପଡ଼ିଆ ଠାରେ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବର ୧୧ତମ ସଂଧ୍ୟାର ବୌଦ୍ଧିକ ଅଧିବେଶନରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ମହୋତ୍ସବ କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ କଥାକାର ପବିତ୍ର ପାଣିଗ୍ରାହୀ ଯୋଗ ଦେଇଥିବାବେଳେ, ବରେଣ୍ୟ ଅତିଥି ଭାବେ ରାଜ୍ୟ ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ଅରୁଣ ମଣ୍ଡଳ, ମୁଖ୍ୟବକ୍ତା ଭାବେ ହସ୍ତ ଶିଳ୍ପ ବିଭାଗର ସଭାପତି ଉଦୟ ନାଥ ମହାନ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ। କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷାବିତ୍ ଜାନକୀ ପାଢ଼ୀ ମଞ୍ଚ ଆମନ୍ତ୍ରଣ, ଜଗବନ୍ଧୁ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଏବଂ ମନୋରମା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସ୍ଥାନୀୟ ନୃତ୍ୟ ପ୍ରତିଭାମାନଙ୍କ ଦ୍ୱାରା ପ୍ରତିଯୋଗିତା ଭିତ୍ତିରେ ନୃତ୍ୟ ପରିବେଷଣ କରାଯାଇଥିଲା। କମିଟିର ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ସାସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି, କ୍ଷିତିଶ ବେହେରା, ଶ୍ରାବଣୀ କର, ତେଜସ୍ୱିନୀ ଦାସ, ଅତିଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.